STORYMIRROR

Minakshi Samal

Others

2  

Minakshi Samal

Others

ସଫଳତା

ସଫଳତା

1 min
447


ସଫଳତା ସୀମା

ନଭଯାଏ ବ୍ୟାପ୍ତ

କରିବାକୁ ହୁଏ 

ଚେଷ୍ଟା ଅବିରତ,

ଦୃଢ ମନୋବଳ

ପରିଶ୍ରମ ବଳେ

ବଢାଏ ମଣିଷ

ଆକାଶକୁ ହାତ।


ସଫଳତା ଥାଏ

ନିଜର ଜାଗାରେ

ତାକୁ ପାଏ ନର

ନିଜ ପ୍ରଚେଷ୍ଟାରେ,

ସ୍ଥିର ହୋଇ ବସି

ତାକୁ ପାଇବାର

ଆଶାଯିଏ କରେ

ପୂର୍ଣ୍ଣରୂପେ ହାରେ।


ଅଟଳ ରହେଯେ

ନିଜର ଜିଦ୍ ରେ

କୃତିତ୍ବ ପାଇବା

ପାଇଁ ଚେଷ୍ଟାକରେ

ସଫଳତା ସିଢି

ସିଏ ଚଢିପାରେ

ନଭ ଅଭିମୁଖେ

ଗତିକରି ଶେଷେ

ବିଜୟ ମୁକୁଟ

ପିନ୍ଧେ ମସ୍ତକରେ।


ମିନାକ୍ଷୀ ସାମଲ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍