ସଫଳତା
ସଫଳତା
1 min
438
ସଫଳତା ସୀମା
ନଭଯାଏ ବ୍ୟାପ୍ତ
କରିବାକୁ ହୁଏ
ଚେଷ୍ଟା ଅବିରତ,
ଦୃଢ ମନୋବଳ
ପରିଶ୍ରମ ବଳେ
ବଢାଏ ମଣିଷ
ଆକାଶକୁ ହାତ।
ସଫଳତା ଥାଏ
ନିଜର ଜାଗାରେ
ତାକୁ ପାଏ ନର
ନିଜ ପ୍ରଚେଷ୍ଟାରେ,
ସ୍ଥିର ହୋଇ ବସି
ତାକୁ ପାଇବାର
ଆଶାଯିଏ କରେ
ପୂର୍ଣ୍ଣରୂପେ ହାରେ।
ଅଟଳ ରହେଯେ
ନିଜର ଜିଦ୍ ରେ
କୃତିତ୍ବ ପାଇବା
ପାଇଁ ଚେଷ୍ଟାକରେ
ସଫଳତା ସିଢି
ସିଏ ଚଢିପାରେ
ନଭ ଅଭିମୁଖେ
ଗତିକରି ଶେଷେ
ବିଜୟ ମୁକୁଟ
ପିନ୍ଧେ ମସ୍ତକରେ।
ମିନାକ୍ଷୀ ସାମଲ
