STORYMIRROR

Minakshi Samal

Others

5.0  

Minakshi Samal

Others

ସଫଳତା

ସଫଳତା

1 min
741


ବୀଜଟିଏ ଅଙ୍କୁରିତ ହେବାପାଇଁ

ମାଟି,ପାଣି,ସୂର୍ଯ୍ୟାଲୋକ

ଲୋଡାହୁଏ ତାସାଥିରେ ପୁଣି ଶୁଣ

ମାଳି ଟିର ସ୍ନେହୀ ହାତ।

ମାତୃ ଜଠର ରୁ ଭୂମିଷ୍ଠ ତତ୍ପରେ

ବାଲ୍ୟକାଳ ଓ କୈଶୋର

ଯୁବାବସ୍ଥାରେ ପ୍ରବେଶ ଉପରାନ୍ତେ

ବୈବାହିକ ଜୀବନର।

ପ୍ରତିକ୍ଷଣେ ପିତାମାତା ସାଜିଥାନ୍ତି

ସଦା ଜାଗ୍ରତ ପ୍ରହରୀ

ସ୍ନେହ ଫଲ୍ଗୁଧାରା ସିଞ୍ଚି ଦେଖିବାକୁ

ସନ୍ତାନର ସୁଖଶିରୀ।

ସଫଳତା ଅଟେ ଫଳଧାରୀ ବୃକ୍ଷ

ଲୋଡିଥାଏ ପଟୁମାଟି

ପରିଶ୍ରମ ଆଉ ଦୃଢ ମନୋବଳ

ତା'ର ଦୁଇ ମାପକାଠି।

ଅଧ୍ୟବସାୟ ଓ ମହତ ଆକାଂକ୍ଷା

କାର୍ଯ୍ୟପ୍ରତି ଅନୁରକ୍ତି

କଠୋର ପ୍ରୟାସ,ଈଶ୍ବର ବିଶ୍ବାସ

ନିଷ୍ଠାପର କର୍ମପ୍ରୀତି।

ପ୍ରିୟଜନଙ୍କର ସହଯୋଗ ଏବଂ

ଆଶୀର୍ବାଦ ବର୍ଷା ବଳେ

ମାନବ ଜୀବନ ହୁଅଇ ସଫଳ

ଯଶ ଲଭେ ଧରା ତଳେ।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍