STORYMIRROR

Santosh Pattnayak

Others

3  

Santosh Pattnayak

Others

ସଞ୍ଜ ଆସେ ନଇଁ ନଇଁ

ସଞ୍ଜ ଆସେ ନଇଁ ନଇଁ

1 min
11.1K


ନିଃସଙ୍ଗ ଜୀବନ ସ୍ଥିତି ହୀନ ପ୍ରାଣ

    ଚିରସ୍ଥାୟୀ ଦୁଃଖ ନେଇ 

 ଶୁଭ ମନାସଇ ଉତ୍କଳ ସଂସ୍କାର 

    ମୁକ୍ତିମୟ ପ୍ରାଣ ପାଇଁ 

     ମାନ ଅଭିମାନ ଧ୍ୟାଇ 

  ପଶ୍ଚିମ ଆକାଶେ ରକ୍ତିମ ଆଭାରେ 

      ସଞ୍ଜ ଆସେ ନଇଁ ନଇଁ


ଶ୍ରମିକର ସୁଖ     ଶୁଖିଲା ପଡିଛି 

    ପ୍ରବଞ୍ଚନା ଚିଠା ନେଇ 

ଉତ୍କଳ ସଙ୍ଗୀତ    ଅଲୋଡା ହୋଇଛି

      ଶଠଙ୍କର ଶାଠ ପାଇଁ 

      ଧର୍ମ ଦେବତାଙ୍କୁ ଚାହିଁ 

 ବିବ୍ରତା ଜନନୀ    କାନ୍ଦନ୍ତି ବାହୁନି 

     ସଞ୍ଜ ଆସେ ନଇଁ ନଇଁ


ସେବାରେ ନିୟୋଗ ସବିତାର ଭାଗ୍ୟ 

    ଜୀବନ ଜୀବିକା ପାଇଁ 

 ରାଜ ସୁଖ ଭୋଳେ ଶାସକ ବିହ୍ଵଳ 

    ଆପଣା ସୁଖକୁ ଧ୍ୟାଇ

    କର୍ମ ଘେନି ଫଳ ପାଇ

ଓଡ଼ିଆ ଖୋଜୁଚି ଜୀବିକାର ସୁତ୍ର 

    ସଞ୍ଜ ଆସେ ନଇଁ ନଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍