STORYMIRROR

Santosh Pattnayak

Others

2  

Santosh Pattnayak

Others

ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା

ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା

1 min
1.9K



ସପନ ସରିଲା ନିଦ ଭାଙ୍ଗିଗଲା ଆକାଶୁ ତାରା ହଜିଲା

ଦିନମଣି ଉଭା ସଙ୍କେତ ଆସିଲା କୁକ୍କୁଟ ରାବ ଶୁଭିଲା ।

ପ୍ରଭୁପଦ ଆଶେ ଜୁଇ,ଚମ୍ପା,ହେନା, ମଧୁ-ମାଳତୀ ବାସିଲା

ଗଭୀର ଗୁମାନେ ଶେଫାଳି ରାଣୀଟା ବୃନ୍ତରୁ ପତିତ ହେଲା ।।

ମାନିବୋଉ ବାସି ପାଇଟିକୁ ସାରି ବଉଳା କ୍ଷୀର ଦୁହିଁଲା

କିଚିରି ମିଚିରି ପକ୍ଷୀ କାକଳିର ମୃଦ୍ୟୁ ଗୁଞ୍ଜରଣ ହେଲା ।

ମଥାନ ଉପରୁ କାକ ରାବ ଶୁଣି କୁନାଟା ନିଦରୁ ଉଠିଲା

ସେ’ମୁଣ୍ଡ ମନ୍ଦିରୁ ଘଣ୍ଟଘଣ୍ଟା ଶବ୍ଦେ ଭଜନ ଗାନ ଶୁଭିଲା ।।

ବିଭୁକୃପା ଧ୍ୟାଇ ଗ୍ରାମ ସୀମନ୍ତିନୀ ସରିତ ତଟେ ଚଳିଲା

ହୁଳହୁଳି ସ୍ବରେ ଦାମୋଦର ଭଜି ମଙ୍ଗଳ କାମନା କଲା

ପୂରୁବ ଦିଗରୁ ସୁରୁଯଙ୍କ ଜ୍ୟୋତି

ଧରଣୀ ବକ୍ଷେ ପଡିଲା

ରାତ୍ରିର କାକର କଅଁଳ ଖରାରେ ହୀରକ ପ୍ରାୟ ଶୋଭିଲା ।।

ଦେଖି ଏ ସୌନ୍ଦର୍ଯ୍ୟ ବିଧିର ବୈଭବ ମନ ପୁଲକିତ ହେଲା

ସମର୍ପଣ ଭାବେ ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା ।।


ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


Rate this content
Log in