STORYMIRROR

Santosh Pattnayak

Others

3  

Santosh Pattnayak

Others

ସନ୍ତୋଷେ ଆଶିଷ ଦିଅ

ସନ୍ତୋଷେ ଆଶିଷ ଦିଅ

1 min
8.8K


ଜୀବନ ଫଶିଛି ଚକା ଭଉଁରୀରେ

ସଂଘର୍ଷ ହୋଇଛି ବ୍ରତ

ବିଚଳିତ ମନ ଅବସାଦେ ଭରା

ବିବେକ ହେଲାଣି ସୁପ୍ତ....।

ହଟିଆ ଠାକୁର ହଟ ଭିଆଉଛି

ସାହା ହୁଅ ପଦ୍ମାଳୟା

ସୁ'ମନେ ସୁମନ କଲି ଅରପଣ

ଉଦ୍ଧାର ତୁ' ଯୋଗମାୟା....।

ବିଶ୍ଵାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ

କରି ନିବେଦନ କଲି

ଦୁଃଖର କଷଣ ଶେଷ ହେବା ଆଶେ

ତୋହରି ଶରଣ ଗଲି....।

ଆଶିଷ ବରଷି ଦୟାକର ମାତ

ଚରଣେ ଶରଣ ଦିଅ

କିଞ୍ଚିତ ସହାୟ ହୁଅ ବାରେ ମାତା

ସନ୍ତୋଷେ ଆଶିଷ ଦିଅ....।

ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


Rate this content
Log in