ସଂସ୍କୃତି ଆମର ନହେଉ ଉଜ
ସଂସ୍କୃତି ଆମର ନହେଉ ଉଜ
1 min
245
ବନସ୍ତ ଅଛି ଯେ' ଡାକନ୍ତା ଗଜ
ମୋବାଇଲ ଆଜି କରେ ସେ କାର୍ଯ୍ୟ
ଆଗଭଳି ଆଉ ନାହିଁ ମାଧୁର୍ଯ୍ୟ
ଚୁଲି ପୋଡା ପିଠା ହେଲା ଅକାର୍ଯ୍ୟ ।।
ପାଦପ ବିହୀନେ ସୂରୁଯ ତେଜ
ବିଗାଡି ଦେଉଛି କୁଆଁରୀ ସଜ
ବିଦେଶରୁ ଭାଇ ଫେରୁନି ଆଜ
ଛୁଟି ମିଳିବାଟା ନୁହେଁ ସହଜ ।।
ନଣନ୍ଦ ଭାଉଜ ପଡୁନି ଆଜ
ସାଙ୍ଗମେଳ ହେଲା ସ୍ବାର୍ଥର ବୀଜ
ପାଟଶାଢୀ ଏବେ ପୁରୁଣା ଚିଜ
ଝିନ ବସନରେ ଦିଶେ ଉରଜ ।।
ଗାଆଁଟା ହେଇଛି ସହରୀ ସଜ
କୁଜିନେତା ବୁଣେ ସ୍ବାର୍ଥର ବୀଜ
ମାଧିଆ ନିଧିଆ ରସିକ ରାଜ
ନାତି ଖୋଜୁନାହିଁ ଜେଜକୁ ଆଜ ।।
ସଂସ୍କାର ସଂସ୍କୃତି ପରବ ରଜ
ଅପସଂସ୍କୃତିରେ ହୁଏ ମଉଜ
ବେଳହୁଁ ବିବେକି ଏକଥା ହେଜ
ସଂସ୍କୃତି ଆମର ନହେଉ ଉଜ ।।
