STORYMIRROR

Santosh Pattnayak

Others

3  

Santosh Pattnayak

Others

ସଂସାର ବନ୍ଧନ

ସଂସାର ବନ୍ଧନ

1 min
205


ବିଧାତାର ଏକ ଅମୂଲ୍ୟ ରତନ 

    ଅଟଇ ଏଇ ମଣିଷ 

ସଂସ୍କାର ବିହୁନେ ସାଜିଥାଏ ସିଏ 

    ନର ରୂପରେ ରାକ୍ଷସ 

    ମନେ ଭରିଯାଏ ବିଷ 

ସମ୍ପର୍କକୁ ଭୁଲି  ସ୍ବାର୍ଥକୁ ତଉଲି 

    ହସେ ବିଦ୍ରୁପର ହସ ....୦


ସମାଜ ସୁଧାରେ ଚିନ୍ତା ଚିନ୍ତନରେ 

    ଶ୍ରେଷ୍ଠ ଏଇ ତ ମଣିଷ 

ଗୀତା ଭାଗବତ ତପସ୍ୟା ସାଧନ 

    ସବୁଥିରେ ତା'ର ଯଶ  

     ବିଜ୍ଞାନରେ ଜ୍ଞାନ ବଶ 

ଭୁଲି ମୂଳ ଧର୍ମ ପ୍ରାୟୋଜିତ କର୍ମେ

    ଜଗତକୁ କରେ ନାଶ .... ୧

     

କାମନା ବାସନା ଆୟତ୍ତରେ ରଖି 

     ମଣିଷ ହୁଅଇ ଋଷି 

ମଣିଷ ରୂପରେ ଦେବତା ଜନ୍ମନ୍ତି 

     ଅବତାର ପରକାଶି 

    ବିଷୟା ରାସରେ ରସି 

 ମଣିଷ ଭୁଲଇ  ନିଜ ସ୍ଥିତି ଜ୍ଞାନ

    କାଳ ଦିଏ ତାକୁ ଗ୍ରାସି ....୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍