STORYMIRROR

Sasmita Choudhury

Others

3  

Sasmita Choudhury

Others

ସଂପର୍କର ସେତୁ

ସଂପର୍କର ସେତୁ

1 min
381


ସଂପର୍କ ଏମିତି 

ରେଶମୀ ଖିଅଟେ

ହୃଦୟମାନଙ୍କୁ ଆଶ୍ଲେଷରେ ତା'ର 

ବାନ୍ଧିବାରେ ସିଦ୍ଧହସ୍ତ, 

ସଂପର୍କ, ଫୁଲର ସୁରଭି - 

ସହିତ ଏକୀଭୂତ ଆତ୍ମା, 

ସାରା ସଂସାରେ ବ୍ଯାପ୍ତ।


ସଂପର୍କ ଯୋଡଇ

ସେତୁଟିଏ-ଭରି

ଆଶା, ଉଦ୍ଦୀପନା 

ଜୀବନ ଜୀଇଁବା ମୋହ, 

କେବେ ସେ ସମ୍ପର୍କ

ତୀବ୍ର ଜ୍ବାଳାରେ

ଜଳିଯାଏ କେତେ 

ସୁନାରଙ୍ଗୀ ମାଟି ଦେହ। 


ସଂପର୍କ ଏକ 

ସୂକ୍ଷ୍ମ ଅନୁଭବ, 

ସାଇତି ରଖିଲେ

ମହକଇ କାଳ କାଳ, 

ମନ ଭାଙ୍ଗି ଗଲେ

ସଂପର୍କ ପାଲଟେ-

ଝଡ଼ - ବାତାହତ

ବୃକ୍ଷଚ୍ଯୁତ ଏକ 

କ୍ଷତ ବିକ୍ଷତ ଡାଳ। 


ସଂପର୍କ ବିନା ଏ

ଜୀବନ ଜୀଇଁବା 

କଷ୍ଟ ନୁହେଁ ଖାଲି 

ପୂରାପୂରି ଅସମ୍ଭବ, 

ଯେତେ ଯୋଡୁଥାଅ

ଲମ୍ବି ଲମ୍ବି ଯାଏ

ସଂପର୍କର ଅବୟବ। 


ଆତ୍ମା ସହିତ

ପରମାତ୍ମାର

ସଂପର୍କ ଗହନ ଅତି, 

ସଂପର୍କ ଦିଏ

ସ୍ବର୍ଗୀୟ ପ୍ରେମର

ଅପ୍ରକାଶ୍ୟ ଅନୁଭୂତି। 


ସୁଖ ଦୁଃଖ ଯୋଡା

ସଂପର୍କ ସାଥିରେ 

ହସ କାନ୍ଦ ତା'ହାତରେ, 

କାହାକୁ କେମିତି 

ଭାଙ୍ଗେ ଅବା ଯୋଡେ

ବିଚାର ତା'ର ଖାତାରେ। 


‌



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍