STORYMIRROR

Sudhanjali Mishra

Others

3  

Sudhanjali Mishra

Others

ସଂପର୍କ

ସଂପର୍କ

1 min
262

ସଂପର୍କ ତ କେବେ ଯୋଡି ହୋଇଯାଏ

ଅଚାନକ ଅଜାଣତେ

ବନ୍ଧନର ସୂତା ଖିଅଟିଏ ସେ ତ

ବାନ୍ଧିରଖେ ତା' ପଣତେ ...।।୧।।

ବିଶ୍ବାସ ଅଟଇ ସଂପର୍କର ମୂଳ

ସ୍ନେହ ପ୍ରେମ ପ୍ରୀତିଭାବ

ଦୃଢ଼ ସଂପର୍କ ବି ଭାଙ୍ଗିଯାଏ ସେଠି

ଟିକିଏ ହେଲେ ଅଭାବ ...।।୨।।

କୁହନ୍ତି ସଭିଏଁ ରକ୍ତର ସଂପର୍କ

ଟାଣିଥାଏ ପରସ୍ପର

କେତେ ବି ଶତ୍ରୁତା ରଖିଲେ ମନରେ

ସଂପର୍କ ହୁଏନା ଦୂର ...।।୩।।

ଅନେକ ସଂପର୍କ ଭାବରେ ମନୁଷ୍ୟ

ବାନ୍ଧିହୁଏ ନିରନ୍ତର

ସଂପର୍କର ଡୋରୀ କରେ ମଜବୁତ

ବାଣ୍ଟି ପ୍ରେମ ବିଶ୍ବାସର ...।।୪।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍