STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ସଂପର୍କ

ସଂପର୍କ

1 min
794


ସଂପର୍କ ଅଟଇ ମନର ଧାରଣା

ପ୍ରେମେ ଯିଏ ସଦା ବନ୍ଧା

ସଂପର୍କ ଅଟଇ ଶାଶ୍ବତ ଚେତନା

ଭାବରେ ପରା ସେ ଛନ୍ଦା।

ସଂପର୍କ ନୁହଁଇ ଷଡଋତୁ ପରି

ଯାଉଥିବ ଆସୁଥିବ

ସଂପର୍କ ନୁହଁଇ ସୁରୁଜ ରୋଷଣୀ

ପଶ୍ଚିମରେ ଲିଭିଯିବ।

ସଂପର୍କ ନୁହଁଇ କାଚର ଗୋଲକ

ଫିଙ୍ଗିଦେଲେ ଭାଙ୍ଗିଯିବ

ନୁହେଁ ଅବା ଇଏ ଦୀପର ଆଲୋକ

ମରୁତରେ ଲିଭିଯିବ।

ସଂପର୍କ ନୁହଁଇ ଶିଶୁ ଧୂଳିଘର

ଆପେ ଆପେ ଭାଙ୍ଗିଯିବ

ନୁହଁଇ ଏ ଅବା ବାଲିର ମନ୍ଦିର

ସମୁଦ୍ର ଭସାଇ ନେବ।

ସଂପର୍କ ଅଟଇ ଚିର ଶାଶ୍ବତ

ଯୁଗେ ଯୁଗେ ବନ୍ଧାଇଛି

ସଂପର୍କ ପରା ପବିତ୍ର ଡୋରିରେ

ରହିଥିଲା ରହିଅଛି॥


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍