STORYMIRROR

Sudhanjali Mishra

Others

3  

Sudhanjali Mishra

Others

ସଂଗ୍ରାମ

ସଂଗ୍ରାମ

1 min
172

ସଂଗ୍ରାମ

ଜୀବନର ଅନ୍ୟ ନାମ ଯେ ସଂଗ୍ରାମ

ଅହରହ ଜୁଝୁଥାଏ

କେବେ ଜିତେ ପୁଣି କେବେ ହାରିଯାଏ

ସଂଘର୍ଷର ଜାରିହୁଏ ।।

କେତେ ଦୁଃଖ ସୁଖ ଯାତନା ତାଡ଼ନା

ଜୀବନର ଅନୁଭବ

କହିହୁଏ କିଛି,ମନେ ରହିଯାଏ

ସ୍ମୃତି ହୋଇ ପରାଭବ ।।

ତଥାପି ସେଥିରୁ ହୁଏନା ବିରତ

ଆଶା ଭରସାକୁ ଚାହିଁ

ଦିନେ ନା ଦିନେ ସେ ହୋଇବ ସଫଳ

ଆତ୍ମବିଶ୍ବାସକୁ ନେଇ ।।

ଜୀବନରେ ସ୍ବପ୍ନ, ନଥିଲେ ସଂଘର୍ଷ

ଜୀବନ ସଫଳ ନୁହଁ

ମହାପୁରୁଷଙ୍କ ସଂଘର୍ଷ କାହାଣୀ

ଇତିହାସ ସାକ୍ଷୀ ଚାହଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍