STORYMIRROR

Sunanda Mohanty

Others

3  

Sunanda Mohanty

Others

ସନ୍ଧ୍ୟା

ସନ୍ଧ୍ୟା

1 min
194


ଓଢଣାର ରଙ୍ଗ 

ଭଲ ଲାଗେ ମତେ କାଇଁ 

ମୋ ବୋଉର ମୁହଁ 

ଚଉରା ମୂଳେ ଦିଶେ 

କାରଣଟା ବୋଧହୁଏ ଏହି

ସନ୍ଧ୍ୟା ଗୋ ତୁମ ଅଳସୀ 

ଆଖିର କଜ୍ଜ୍ଵଳେ ସଜ୍ଜଳ ହୋଇ 

ଗାଆଁ ଦାଣ୍ଡ ଧୂଳି 

ଗୋଠ ବାହୁଡା଼ ମେଳି 

ମନେପଡେ ଏତେ କାଇଁ 

ସନ୍ଧ୍ୟା ଗୋ ତୁମ 

କଳା ଘୁମର ବେଣୀରେ 

ସଜଫୁଟା ଜୁଇ ଯାଇ 

ବାସୁଛି ଅଗଣା 

ବାସୁଛି ମୋ ମନ 

ପୁରୁଣା ସ୍ମୃତି ସବୁ ଉଠେ ଚେଇଁ 

ସନ୍ଧ୍ୟା ଗୋ ତୁମ ଆଷାଢ଼ି ପଣତେ 

ମେଘ ମହ୍ଲାର ଛାଇ 

ଆକାଶଟା ଲାଗେ ନହୁଲି ନହୁଲି 

ତାରା ଫୁଲ ହସେ ଖିଲିଖିଲି ହୋଇ 

ସନ୍ଧ୍ୟା ଗୋ ତୁମେ ଆସିଗଲେ 

ଭାଗବତ ପଢା ହୋଇ 

ପ୍ରତିଘରୁ ଉଠେ 

ଝୁଣା ସଳିତାର ବାସ୍ନା 

ଓଁକାର ସ୍ୱରେ ବହି 

ଭଲଲାଗ ତୁମେ ଏତେ କାହିଁ ପାଇଁ 

ଆନମନା ଯାଏ ହୋଇ 

ବସିଯାଏ ଯେବେ ଲେଖିବି କବିତା 

କାଗଜରେ ତୁମ ପାଇଁ 

ତୁମେ ଲାବଣ୍ୟର କାଇଁଚମାଳିଆ 

ମନ ହୁଏ ହାଇଁ ପାଇଁ 

ସନ୍ଧ୍ୟା ଗୋ ତୁମେ 

ଅଭିସାରିକା କିଗୋ 

ମନ ଉପବନେ ସଖି 

କିଏ ଚାଲିଯାଏ ଆଖିମାରି ଦେଇ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍