STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ସନ୍ଧାନ

ସନ୍ଧାନ

1 min
121


ଗଣତନ୍ତ୍ରର ଦ୍ୱାହି ଦେଇ

 ବିଶ୍ୱ ଭାତୃତ୍ୱର ରାଣ ନେଇ


ସର୍ବଧର୍ମ ପ୍ରୀତି ମନ୍ତ୍ରର

 ଉଦାରତ ମଧୁ ଗାନ ଗାଇ


ଜାତିହୀନ ଧର୍ମହୀନ ହେଇ

 ବିଶ୍ୱ ଦରବାରରେ ପରିଚୟ


ଗୋଟେ ଭିନ୍ନ ମଣିଷର 

 ଗୋଟେ ସହନଶୀଳ ସୃଷ୍ଟିର


ମୁଁ ରୁହେ ସେଇ ଦେଶରେ 

  ଯେଉଁଠି ଅଛି ମହନୀୟତା


ବିଶ୍ୱ ଭାତୃତ୍ୱର ସମର୍ଥନ 

 ସାର୍ଵ ଭୋମତ୍ୱର ସାର୍ଥକତା


କିନ୍ତୁ......


ମୋତେ ମିଳେ ଲାଞ୍ଚ ମିଛ

 ଚୋରି,ନାରୀ,କଳା ବଜାରୀ


ଉଜୁଡା ସ୍ୱପ୍ନ,ଅଧା ଗଢା ଘରେ   

 ବ୍ୟତିବ୍ୟସ୍ତ କରେ ବେକାରୀ


ଆଜି ବି ଏଠି ନାହିଁ ଶିକ୍ଷା

 ନାହିଁ ପାଣି, ଆଲୁଅ, ଖାଦ୍ୟ


 ମଣିଷ ସବୁ ହୁଅନ୍ତି ଦାଦନ

  ଏ ବିପର୍ଯ୍ୟୟ ଖୁବ୍ ଅସହ୍ୟ


ଖୋଜିବାକୁ ଇଛା ହୁଏ 

 ଭଲ ଦିନ ଆସିବ କେବେ


ବୋଧେ ସ୍ୱପ୍ନର ଦେଶ ମୋର

   ଗର୍ବିତ ଲାଗିବ ସେବେ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍