Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

5.0  

Maheswar sahoo

Others

ସନ୍ଦେହ

ସନ୍ଦେହ

1 min
199


ଝରଣାର ବାରି ଝରି ଝରି ଯାଏ

    ସାଗର କୂଳକୁ ଧାଇଁ:

ସାଗର ସଦା ଯେ ନିଃସନ୍ଦେହ ଥାଏ

    ଝରଣା ପରସ ପାଇଁ::

କାମନା ବାସନା ହୃଦୟରୁ ଜାତ

    ଝରଣା ପରିଷେ ବହେ:

କାମନାର ନାହିଁ ପରିସମାପ୍ତି ଯେ

    ମୃତ୍ୟୁ ଯାଏ ଭରି ରହେ::

କାମନା ବିନାଶ ସନ୍ଦେହ ଜନକ

  ଲୋଭ ମୋହ ଆଶା ଥିଲେ:

ପ୍ରକୃତି ଛାଡେନି ମନୁଷ୍ୟ ହୃଦୟୁ

   ଛାଡିବା ସନ୍ଦେହ ଭଲେ::

ଉପୁଜେ ସନ୍ଦେହ ନିଜର କର୍ମରେ

    ବିପଥେ ଗମନ କଲେ:

ସୁକର୍ମରୁ ଜାତ ଶୁଭ ଫଳ ଲଭି

   ଦୁଃଖ କଷ୍ଟ ସହିନେଲେ::

ଦୁଃଖର କାରଣ ଅଳସୁଆ ହୋଇ

   କର୍ତ୍ତବ୍ୟକୁ ଭୁଲି ଗଲେ:

ନିଃସନ୍ଦେହେ ଦୁଃଖ ଲଭିବେ ସୃଜନେ

    ଅଳସୁଆ ହେଉ ଥିଲେ::

ସନ୍ଦେହରୁ ପ୍ରେମ ବନ୍ଧନ ଭାଙ୍ଗଇ

    ପ୍ରେମୀ ଯୁଗଳଙ୍କ୍ ମଧ୍ୟେ:

ପତି ପତ୍ନୀ ମଧ୍ୟେ ସନ୍ଦେହ ରହିଲେ

    କଳି ଲିପ୍ତ ଖଳ ଯୁଧ୍ୟେ::

ଶିକ୍ଷକେ ସନ୍ଦେହ ଉପୁଜିଲେ ଶିଷ୍ୟେ

    ବିଦ୍ୟା ହାନି ହୋଇ ଥାଏ:  

ନଷ୍ଟ ହୋଇ ଯାଏ ଛାତ୍ରର ଜୀବନ

    ସନ୍ଦେହରୁ ସୃଷ୍ଟି ଯାଏ::

^^^^^^^^^^^^^^

ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in