STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସ୍ନାନଯାତ୍ରା ରେ ମାନବ ଲୀଳା

ସ୍ନାନଯାତ୍ରା ରେ ମାନବ ଲୀଳା

1 min
11.9K

ଅଖିଳ ବ୍ରହ୍ମାଣ୍ତ ନାଥ ହେ, ବ୍ରହ୍ମ ଦାରୁ ରୁପିଣ

ରୂପ ଅରୂପ ଅପରୂପ, ବ୍ରହ୍ମ ସେ ଅଣାକାର ।।


ଜ୍ୟେଷ୍ଠ ପୂର୍ଣ୍ଣିମାର ତିଥିରେ, ସ୍ଵର୍ଣ୍ଣ କୂପର ଜଳେ

ଅଷ୍ଟୋତ୍ତର ଶତ କଳସେ, ସ୍ନାନ ମଣ୍ଡପ ପରେ ।।


ଚତୁର୍ଦ୍ଧା ମୂରତି କରିବେ, ସ୍ନାନ ସୁବାସ ଜଳେ

ଭକ୍ତ ତୃପ୍ତ ହେବେ ପ୍ରଭୁଙ୍କ, ଉକ୍ତ ଲୀଳା ଦର୍ଶନେ ।।


ସୋମପର୍ଣୀ ଲୋଧି ସଂଜିଷ୍ଠ, ଅଷ୍ଟଗନ୍ଧ ଉଶୀର

ଦେବଦାରୁ ମୁଥା ଗୋରଚାନା, ତା ସଙ୍ଗେ ତ୍ରିଫଳାର ।।


ଏପରି ଅନେକ ଦ୍ରବ୍ୟରେ, ଜଳ ଅଧି-ବାସିତ

ସମୁଦ୍ର ଜ୍ୟୋଷ୍ଠା ମନ୍ତ୍ରରେ, ହେବ ଅଭିମନ୍ତ୍ରିତ ।।


ଆଚାର୍ଯ୍ୟ ସେବକ ସରବେ, ମନ୍ତ୍ରପୁତ ସେ ଜଳେ

ସ୍ନାନ କରାଇବେ ପ୍ରଭୁଙ୍କୁ, ହୋଇ ଭାବ ବିହ୍ୱଳେ ।।


ଆଦ୍ୟ ପୁଣି ଜନ୍ମ ଦିବସ, ସେ ଦାରୁ ବ୍ରହ୍ମଙ୍କର

ସ୍ନାନ ପରେ ସଜ ହୋଇବେ, ଗଜାନନ ବେଶର ।।


ଗଣପତି ଭଟ୍ଟ କାମନା, ପ୍ରଭୁ କଲେ ପୂରଣ

ଗଣପତି ରୂପେ ଦର୍ଶନ, ଦେଇ କରିଲେ ଧନ୍ୟ ।।


ଅତ୍ୟଧିକ ସ୍ନାନ ଶେଷରେ, ମହାପ୍ରଭୁ ଜ୍ବରରେ

ଅସୁସ୍ଥ ହୋଇଣ ରହିବେ, ଅଣସର ଗୃହରେ ।।


ଶ୍ୱେତ ବସ୍ତ୍ର ପିନ୍ଧି ଆହାର, କରୁଥିବେ ସେ ଫଳ

ବାସ ହୀନ ଫୁଲେ ସାଜିବେ, ଉପଚାର ଦଶମୂଳ ।।


ସୁସ୍ଥ ହୋଇ ପ୍ରଭୁ ଉଠିବେ, ପ ନ୍ଦର ଦିନ ପରେ

ଦର୍ଶନ ଦେବେ ସେ ଭକ୍ତଙ୍କୁ, ମହା ଘୋଷ ଯାତ୍ରାରେ।।


ଓଡ଼ିଆ ମଉଡ ମଣି ହେ, ଧନ୍ୟ ମହିମା ତବ

ଚତୁର୍ବର୍ଗ ଫଳ ପ୍ରାପତ, ତୁମ ଦର୍ଶନେ ଲାଭ ।।



Rate this content
Log in