STORYMIRROR

Sunanda Mohanty

Others

3  

Sunanda Mohanty

Others

ସ୍ନାନ ପୂର୍ଣ୍ଣମୀ

ସ୍ନାନ ପୂର୍ଣ୍ଣମୀ

1 min
204

ବର୍ଷା ଭିଜା ସକାଳରେ 

କୁହୁ କୁହୁ ତାନ 

ମନ ନାଚିଯାଏ ଆଜି 

ମହାପ୍ରଭୁଙ୍କ ସ୍ନାନ 

ବୀଣାପାଣିଙ୍କ ବୀଣା ବାଦନ 

ସ୍ୱର୍ଗର ଦେବାଦେଵୀ 

କରି ଅବଲୋକନ 

ହୋଇଯିବେ ଧନ୍ୟ 

ବୈଚିତ୍ରମୟ ଦୁନିଆଁରେ 

ପ୍ରଭୁଙ୍କ ଵିଧି ଓ ବିଧାନ 

ଶଙ୍ଖର ଦୁନ୍ଦୁଭିରେ 

ପୁରିଉଠେ ଗଗନ ପବନ 

ସୁବାସିତ ଜଳ ଭରି 

ଶହେଆଠ ଗରା ଭାରି 

ସ୍ନାନ କରିବେ ଶ୍ରୀମଧୁସୂଦନ 

ସଂସ୍କୃତି ରକ୍ଷକ ଶ୍ରୀଚକାନୟନ 

ମନୁଷ୍ୟ ତୁଲ୍ୟ କରନ୍ତି 

ସର୍ବ କାର୍ଯ୍ୟ ସମ୍ପାଦାନ 

ଏଡେଇ ହେବନି ବିଧିର ବିଧାନ 

ଏହି ବାର୍ତ୍ତା ଦିଅନ୍ତି ବୋଧହୁଏ 

ଚତୁର୍ଦ୍ଧା କରି ସ୍ନାନ 

ତା ପରେ ଭୋଗିବେ ରୋଗ 

କରିବେ ଔଷଧ ସେବନ 

ପୁଣି ସତେଜ ହେବେ 

ବେଶ ନବଯୌବନ 

ଭକ୍ତ କରିବେ ଦର୍ଶନ 

ଶିଖିବେ ଦୁଃଖର ଦହନ ପରେ 

ସୁଖ ଆଗମନ 

ଆଉ ତିଥି ବାର ଲଗ୍ନ ଦେଖି 

କରିବାକୁ ହେବ କାର୍ଯ୍ୟ ସମାପନ 

ବୈଚିତ୍ର ସଂସାରେ ବିଚିତ୍ର ଭାବରେ 

ଚିତ୍ର ଚରିତ୍ର ଆଦାନ ପ୍ରଦାନ 

ନବଯୌବନ ଦର୍ଶନ କରିବା 

କି ଲୀଳା କରନ୍ତି ମଧୁସୂଦନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍