ସ୍ନାନ ପୂର୍ଣ୍ଣମୀ
ସ୍ନାନ ପୂର୍ଣ୍ଣମୀ
ସୁନାକୂଅ ପାଣି ଦେହେ ଢାଳି ପୁଣି
କହିଲ ମୁଁ ସ୍ନାନ କରୁଛି ଏଵେ କୁହ
ପଥି ପାଞ୍ଚନ କରି କିଏ ଭୋଗୁଛି
ପଟିଦିଅଁଙ୍କ ସ୍ଥାପନା କରି
ଭାଇ ଭଉଣୀଙ୍କୁ ସାଥିରେ ଧରି
ଜରରେ କିଏସେ କମ୍ପୁଛି??
ଭକତ ମନମାରି ବସିଛି
ଫୁଲୁରୀ ତେଲ ଉପଚାର ଚାଲିଛି
ଲକ୍ଷ୍ମୀ ମାଆ ମନ୍ଦିରୁ କାନ୍ଦ ଶୁଭୁଛି
କେବେ ବି କାଳିଆ ଠାକୁର
ମାଆ କଥା କୋଉ ମାନିଛି??
ନବଯୌବନ କରିବେ ଭକ୍ତ ଦର୍ଶନ
ପଚାରିଲେ ହସି ଉତ୍ତର ଦେଇଛି
ରଥ ପରେ ଯିବେ ମାଉସୀ ମାଆ ଘର
ସେପାଇଁ ପ୍ରସ୍ତୁତି ଚାଲିଛି
ସବୁ ଜାଣି ଲକ୍ଷ୍ମୀ ମହାମାୟୀ
ମୁଣ୍ଡ କଚାଡି ଗୁମୁରି କାନ୍ଦୁଛି
ବଡ଼ଦେଉଳରେ ଭକତ ଭିଡ଼ କେ ଦେଖୁଛି
ସବୁ ଲୀଳା ଖେଳା କରେ ଚକାଡୋଳା
ଏକଥା ବି ହୁରି ପଡିଛି
ହେରାପଞ୍ଚମୀରେ ମାଆ ମହାମାୟୀ
ରଥ କାଠ ଭାଙ୍ଗିଦେଇ ଅରମାନ ମେଣ୍ଟେଈବ ଭାବିଛି
ସଂସାରେ ସଂସାରୀ ହୋଇ ଚାଲିବାକୁ
ଜଗନ୍ନାଥ କେତେ ଲୀଳା ଖେଳା ଲଗେଇଛି
