STORYMIRROR

Sunanda Mohanty

Others

3  

Sunanda Mohanty

Others

ସ୍ନାନ ପୂର୍ଣ୍ଣମୀ

ସ୍ନାନ ପୂର୍ଣ୍ଣମୀ

1 min
227

 ସୁନାକୂଅ ପାଣି ଦେହେ ଢାଳି ପୁଣି 

କହିଲ ମୁଁ ସ୍ନାନ କରୁଛି ଏଵେ କୁହ 

 ପଥି ପାଞ୍ଚନ କରି କିଏ ଭୋଗୁଛି 

ପଟିଦିଅଁଙ୍କ ସ୍ଥାପନା କରି 

ଭାଇ ଭଉଣୀଙ୍କୁ ସାଥିରେ ଧରି 

ଜରରେ କିଏସେ କମ୍ପୁଛି?? 


ଭକତ ମନମାରି ବସିଛି 

ଫୁଲୁରୀ ତେଲ ଉପଚାର ଚାଲିଛି 

ଲକ୍ଷ୍ମୀ ମାଆ ମନ୍ଦିରୁ କାନ୍ଦ ଶୁଭୁଛି 

କେବେ ବି କାଳିଆ ଠାକୁର 

ମାଆ କଥା କୋଉ ମାନିଛି?? 


ନବଯୌବନ କରିବେ ଭକ୍ତ ଦର୍ଶନ 

ପଚାରିଲେ ହସି ଉତ୍ତର ଦେଇଛି 

ରଥ ପରେ ଯିବେ ମାଉସୀ ମାଆ ଘର 

ସେପାଇଁ ପ୍ରସ୍ତୁତି ଚାଲିଛି 

ସବୁ ଜାଣି ଲକ୍ଷ୍ମୀ ମହାମାୟୀ 

ମୁଣ୍ଡ କଚାଡି ଗୁମୁରି କାନ୍ଦୁଛି 

ବଡ଼ଦେଉଳରେ ଭକତ ଭିଡ଼ କେ ଦେଖୁଛି 

ସବୁ ଲୀଳା ଖେଳା କରେ ଚକାଡୋଳା 

ଏକଥା ବି ହୁରି ପଡିଛି 

ହେରାପଞ୍ଚମୀରେ ମାଆ ମହାମାୟୀ 

ରଥ କାଠ ଭାଙ୍ଗିଦେଇ ଅରମାନ ମେଣ୍ଟେଈବ ଭାବିଛି 

ସଂସାରେ ସଂସାରୀ ହୋଇ ଚାଲିବାକୁ 

ଜଗନ୍ନାଥ କେତେ ଲୀଳା ଖେଳା ଲଗେଇଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍