STORYMIRROR

Bidyadhar Sethi

Others

3  

Bidyadhar Sethi

Others

ସମୟର ଆହ୍ବାନ

ସମୟର ଆହ୍ବାନ

1 min
214

ମୁଠାଏ ମାଟିକୁ ମୁଠାଇଲେ

ବାରିହୁଏ ବାସ୍ନା ଏ ମାଟିର

ଖାଲି ଯାହା ଖଜୁରୀ ଗଛର କଣ୍ଟା

ଶାଣିତ ଦାଢୁଆ ତଥା ବନ୍ଧୁର ପାହାଚ

ମେଘୁଆ ଅନ୍ଧାର ରାତ୍ରିର ନିଃଶବ୍ଦ ବେଳାରେ

ଖାଁ...ଖାଁ....ଲାଗେ ଗାଁ ମଶାଣି ପଦା

ଜ୍ବଳନ୍ତା ଜୁଇର ଡହଡହ ନିଆଁ ଝୁଲ

ଜଳାଇ ଦେଇପାରେ ଅଚାନକ

କୁଢକୁଢ ଆବର୍ଜନା ଅସହିଷ୍ଣୁତାର

ତଥା ପରମ୍ପରାର ରଦ୍ଦି ପୁରୁଣା ଫର୍ଦ୍ଦ ।


ମୋ' ଫୁଟନ୍ତା ରକ୍ତର ଟକଟକ ଶବ୍ଦ

ଲଗାଇ ଦେଇପାରେ ବିଦ୍ରୋହର ବହ୍ନି

ବୈପ୍ଳବିକ କ୍ରାନ୍ତିଭରା କବିତାର ପଙ୍କ୍ତି

କଙ୍କାଳରେ ଭରିଦେବ ନବ ଜାଗରଣ

ଜର୍ଜରିତ ନିଷ୍ପେଷିତ ପ୍ରାଣର ବେଦନା

ଉଚ୍ଛଳିତ ହେବ ପୁଣି ପୁଞ୍ଜିଭୂତ କୋହ

ମୁଁ ଥାଏ ବା ନଥାଏ

ଦୃଶ୍ୟପଟ ବଦଳିବ ନିଶ୍ଚେ

ଏ ମାଟିର ଧୂଆଁଟିଆ ରଙ୍ଗ ।


ଆକାଶ ଠୁଁ ମାଟି

ପୁଣି ମାଟିରୁ ଆକାଶ

ସର୍ପିଳ ଜୀବନ ଚକ୍ର ଚମତ୍କାର ସତେ

ବାସ୍ତବର ରୂପରେଖ ଲାଗେ ଅବାସ୍ତବ

ତଥାପି ପ୍ରୟାସ ମୋର ନୁହଁ ମୃଗତୃଷ୍ଣା

ଅଜ୍ଞତାର ଆବରଣ ବୃଥା ପ୍ରହେଳିକା

ଛେଦ କରି ଶୁଣ ବାରେ ବିପ୍ଳବର ସ୍ବର

ପାଉଁଶ ତଳର ସେହି ଲୁତକାୟିତ ନିଆଁ

ସମୟର ଆହ୍ବାନ ଏ ବଜ୍ର ଠୁଁ କଠିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍