Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ସମୟ

ସମୟ

1 min
217


ସମୟ ହେଲା ସମସ୍ତଙ୍କଠାରୁ ବଡ଼ ସୌଦାଗର

ସମୟ ଚକ୍ର ହେଲା ସମସ୍ତଙ୍କଠାରୁ ବଡ଼ ଯାଦୁକର |୧|

ଅବିରାମ ଚାଲି ରହିଥାଏ ସମୟର ଚକ

ସମୟର ନାହାନ୍ତି କୌଣସି ଆଲୋଚକ ସମାଲୋଚକ |୨|

ସମସ୍ତଙ୍କର ଅଛି ଘଣ୍ଟା ଉପରେ ଆଖି

ସମୟର ଆସିବା ଯିବାର ଯାହା ନିତ୍ୟ ସାକ୍ଷୀ |୩|

ସମୟର ନାହିଁ ଧୀର ନ ଶୀଘ୍ର ଗତି

ସର୍ବବିଦ୍ୟାରେ ବ୍ୟବହାର ହୁଏ ସମୟର ପରିମିତି |୪|

ସମୟ ହେଲା ଶକ୍ତିଶାଳୀ ଅସ୍ତ୍ର

ସମୟର ସଦୁପଯୋଗ କରିବା ହେଉଛି ମୂଳମନ୍ତ୍ର |୫|

ସମସ୍ତଙ୍କୁ ଜାଣିବାକୁ ପଡ଼ିବ ଅବଧିର ମୂଲ୍ୟ

ବର୍ଷ ବର୍ଷ ଧରି ଯାହା ଗୁରୁଜନଙ୍କର ନୀତିବାକ୍ୟ |୬|

ସମୟବେଳ ହେଲା ଭୁତ ବର୍ତ୍ତମାନ ଭବିଷ୍ୟତର ପ୍ରତ୍ୟକ୍ଷଦର୍ଶୀ

ପ୍ରତି ମୁହୂର୍ତ୍ତର ଘଟଣାକୁ ଇତିହାସ ବନେଇ ହୋଇଛି ତ୍ରିକାଳଦର୍ଶୀ |୭|

ସମୟ ଚକ୍ର ବେଗ ହେତୁ ପ୍ରତି ବ୍ୟକ୍ତି ଥାଏ ଚିନ୍ତାମଗ୍ନ

ନିଜ ଭଲ-ମନ୍ଦ କାଳ ହେତୁ ପ୍ରତି ବ୍ୟକ୍ତି ଥାଏ ନିମଗ୍ନ ଧ୍ୟାନମଗ୍ନ |୮|

ସମୟ କାଳ ଜ୍ଞାତ ହେବା ଲାଗି ହୋଇଛି କୋଣାର୍କରେ ସୂର୍ଯ୍ୟଘଡ଼ି

ଚବିଶ ନିମିଷକୁ କୁହା ହୁଏ ଏକ ନାଡ଼ୀ |୯|

ସୂର୍ଯ୍ୟ ଚନ୍ଦ୍ର ଚଳନ ଦ୍ୱାରା ସୃଷ୍ଟି କର ହୋଇଛି ପଞ୍ଜିକା

ପ୍ରତି ଦିନ ବେଳ ପର୍ବ ପର୍ବାଣି ବିଷୟ ଜଣାଏ ଏହି ପ୍ରଧାନ ପ୍ରୟୋଜନୀୟ ପତ୍ରିକା |୧୦|

ସୌଦାଗର ସମ ସମୟର ସମସ୍ତେ ଅଛନ୍ତି ଗୋଲାମ

କେବେ ନ କେବେ ସଭିଏଁ କରନ୍ତି ଯାହାକୁ ସମୟାନୁସର ସଲାମ |୧୧|

ନିର୍ଦ୍ଦିଷ୍ଟ ବେଳରେ ଆସନ୍ତି ଯାଆନ୍ତି ସମସ୍ତ ଋତୁ

ନିର୍ଣ୍ଣୀତ କାଳରେ କରିବାକୁ ହେବ କର୍ତ୍ତବ୍ୟ କାର୍ଯ୍ୟକ୍ରମ କ୍ରତୁ |୧୨|

ସମୟ ସର୍ବଦା ହେଉଛି ଅନନ୍ତ

ଯୋଗ୍ୟକାଳର ନାହିଁ କେବେ ଦିଗନ୍ତ |୧୩|


Rate this content
Log in