STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସମୟ ନିର୍ଦ୍ଦେଶେ

ସମୟ ନିର୍ଦ୍ଦେଶେ

1 min
41

ଶୁଦ୍ଧ ସମୀରଣେ, ପ୍ରଭାତୀ କିରଣେସକାଳର ସେଇ ହସ ଖଟିମନେପଡ଼େ ଭାରି ସନିଆଁ ଦୋକାନେଚା ରେ ଚର୍ଚ୍ଚା ଓ ରାଜନୀତି।

ହାଟରେ ବାଟରେ ଦେଖାହୋନ୍ତି କେତେପରିଚିତ ଚିହ୍ନା ମୁହଁ ମାନ,ହସ ଇଶାରାରେ ବିନିମୟ ହୁଏକେତେ ଯେ ସଞ୍ଚିତ କଥା ମାନ।

ମନ୍ଦିର ପିଣ୍ଡାରେ ତାସର ଆସରମନେପଡ଼େ ଭାରି ଆଜି କାହିଁ,ଖେଳରେ ଖେଳରେ କେତେ ମନକଥାପ୍ରଗଳ୍ଭ ମୁଖରେ ଦିଏ କହି।

ମହାମାରୀ ବ୍ୟାଘ୍ର ସହରେ ମାତିଛିଭୟରେ ନିର୍ଜନ ବାଟଘାଟ,କବାଟ ପଡିଛି ସବୁ ଘରେ ଆଜିବନ୍ଦୀ ଜୀଵନ ଛଟପଟ।

ଶୁଭେନାହିଁ ଆଉ ଗହଳି ଚହଳି ନିର୍ବାକ ନିଷ୍ପନ୍ଦ ଏ ଜୀବନ,ସମୟର ଆଜି ଏ କିପରି ପରୀକ୍ଷାଉତ୍ତୀର୍ଣ ହେବାକୁ ବାଧ୍ୟ ଜାଣ।

ତଥାପି ହସୁଛି ଜୀଵନ ସମ୍ମୁଖେ ଚାଖୁଣ୍ଡା ଗଛର ଡାଳ ପରେ,ମାଆ ଚଢ଼େଇଟି ଦାନା କଣେ ଆଣି ଛୁଆ ମୁଖେ ଦେଇ ଉଦର ଭରେ।

ସମୟ ନିର୍ଦ୍ଦେଶେ ଆମେ ବାଧ୍ୟ ଜୀଵ ଚାଲିବାକୁ ହେବ ନୀରବରେ ବନ୍ଦୀ ଆଜି ଯଦି ନିୟତିରେ ଲେଖା ମାନିବାକୁ ହେବ ଅକ୍ଳେଶରେ।

©ଚିନ୍ମୟ କୁମାର ନାୟକ


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ