ସମସ୍ୟା
ସମସ୍ୟା
1 min
238
ହଠାତ ଅନାପେକ୍ଷିତ ଭାବେ
ସମସ୍ୟା ଗୁଡିକ ଚାଲିଆସେ ଯେ
ଖୁବ ଅସ୍ତବ୍ୟସ୍ତ ହୋଇପଡନ୍ତି
ସବୁ ସମ୍ଭାବନା ମାନେ...
ଆଉ ସେଇ ସମସ୍ୟା ଗୁଡିକ ଆସିବା ପରେ
ଆଉଥରେ ଧରିବାକୁ ପଡେ କାଗଜ ଆଉ କଲମ
ପୁଣି ଥରେ ଖୋଜିବାକୁ ପଡେ
ସବୁତକ ସମସ୍ୟାର ସମ୍ପୂର୍ଣ ସମାଧାନ ........
ସମସ୍ୟା ଗୁଡିକ ଆସିଗଲେ
କେଜାଣି କେମିତି ହଠାତ ଚାଲିଆସେ
ସବୁତକ "ମହାବାତ୍ୟା" "ସୁନାମି "
ପୁଣି ଅଂଶୁଘାତରେ ଜଳିଜଳି ଯାଏ ଦେହ.....
ଆଉ ସେଇ ଅନାପେକ୍ଷିତ ସମସ୍ୟା
ଗୁଡିକର ସମ୍ପୁର୍ଣ୍ଣ ସମାଧାନ ହେବାପରେ
କେଜାଣି କାହିଁକି ନୂତନ ସୂର୍ଯ୍ୟାଲୋକ ପରି
ବେଶ ଚମକିଉଠେ ମନୁଷ୍ୟର ସୁନ୍ଦର ମୁହଁ ............
ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା ,କଟକ
Email- roja.saumya@gmail.com
