STORYMIRROR

Anasuya Panda

Others

3  

Anasuya Panda

Others

ସମସ୍ତଙ୍କୁ ନିଜର କର, କାହାର ହୁଅନି

ସମସ୍ତଙ୍କୁ ନିଜର କର, କାହାର ହୁଅନି

1 min
145


ତୁମେ ଆସିଥିଲ, 

ଆଞ୍ଜୁଳା ଆଞ୍ଜୁଳା ସ୍ବପ୍ନ ଆଣି

ପ୍ରେମ, ହସ, ଲୁହ, ସବୁକିଛି ଥିଲା, 

ସେ ଦିନ ମାନଙ୍କରେ l 


ପରେ, ତୁମେ ଗଲା ପରେ ଜାଣିଲି 

ସେ ଦିନ ସବୁ ଯେମିତି ଯାଉଥିଲା

ଇଛା ମୁତାବକ ନଥିଲା

ସବୁ ଥିବା ଭିତରେ ବି, କିଛିଟା ଫାଙ୍କ ରହି ଯାଇଥିଲା l 

ଏମିତି ହୋଇଥିଲେ ଭଲ ହୋଇଥାନ୍ତା

ସେମିତି ଜିନିଷ ମିଳିଥିଲେ ଖୁସି ଆସିଥାନ୍ତା !


ଜାଣ ! 

ତୁମ ସହ ବିତାଇ ଥିବା ସେ ଦିନ ସବୁ, 

ମୁଁ ଆଜିଯାଏ ଭୁଲିନି l 


ବେଳେବେଳେ ଭାବେ, 

ମୁଁ ଚାହୁଁଥିବା ପରି ସୁଖ

ତୁମେ ମୋତେ ଦେଇନଥିଲ, 

ତେବେ ଆଜି ଯାଏ

ତୁମ ପାଇଁ ମୋର ଏତେ ମୋହ କଣପାଇଁ !


ତୁମକୁ ଫେରି ଚାହିଁଲେ,

ଦୁଃଖ, ବିରହ, ହତାଶା ଛଡା କିଛି ପାଇନି, 

ତଥାପି ତୁମକୁ ଭାବି ମୁଁ କି ସୁଖ ପାଏ କେଜାଣି, 

କାହିଁକି ମୋ ମନରୁ କାଢି ପାରୁନି ତୁମକୁ "ଅତୀତ? "


ମୋ ମନରେ ତୁମର ଏତେ ରାଜୁତି ଯେ, 

ଏମିତି ମୋ ମନକୁ ତୁମେ ଜାବୁଡି ଧରିଛ ଯେ, 

ତୁମ ପ୍ରେମରୁ ମୁକୁଳିବାକୁ ଚାହିଁଲେ ବି, 

ମୁଁ ପାରୁନି l 


ଆଜି ମୁଁ ତୁମକୁ ସତ କହୁଛି, 

ଯେତେବେଳେ ତୁମେ ମୋ ସହଥିଲ, 

ମୁଁ ହୃଦୟର ସହ ତୁମ ସହ ନଥିଲି, 

କେତେବେଳେ ମୋ ମନ ତୁମ ପାଖରୁ ବହୁତ ଆଗକୁ, 

ଅନାଗତ "ଭବିଷ୍ୟତ"ର ଭାବନାରେ ଅସ୍ଥିର ହେଉଥିଲା ତ, 

କେତେବେଳେ "ବର୍ତମାନ"ର କୋଳାହଳରେ ବୁଡି ରହୁଥିଲା l 


ହେ "ଅତୀତ" ତୁମ ଚିନ୍ତା ମୋତେ ଯେତେ କଷ୍ଟ ଦେଲେବି, 

ତୁମବିନା ମୋର ଅସ୍ତିତ୍ବ ନାହିଁ, 

ତୁମେ ହିଁ ମୋତେ ଆଣି ଆଜି ଏଠି ଠିଆ କରାଇଛ!


ନା ବିଗତ "ଅତୀତ" ର ବିଡମ୍ବନା,

ନା ଅଦୃଶ୍ୟ "ଭବିଷ୍ୟତ"ର ଆଶଙ୍କା, 

ନା ମୋ ସହ ହାତଧରି ଚାଲୁଥିବା "ବର୍ତମାନ" ର ସୁନ୍ଦରତା, 

କିଛିବି ମୋର ନୁହେଁ l 


ତୁମେ ମୋ କାନରେ ଵୀଜ ମନ୍ତ୍ର ଦେଇଛ, 

"ସମସ୍ତଙ୍କୁ ନିଜରକର, କାହାର ହୋଇଯାଅନି", 

"ଅତୀତ" ର ଯାତନା ଠୁ, 

"ଭବିଷ୍ୟତ"ର ଚିନ୍ତା ଠୁ, 

"ବର୍ତମାନ" କୁ ଭଲପାଇ, 

ପୂର୍ଣ୍ଣରୂପେ ଭୋଗିବା ହିଁ ମଧୁର l 


ମୁଁ ଏଵେ ଜାଣେ, 

ଜୀବନ ର ସତ୍ୟ କୁ ସାମ୍ନାନା କରି, 

ଜୀବନ ର ପ୍ରତିମୁହୂର୍ତ୍ତକୁ ଭଲପାଇଵା, 

ଶୈଶବରେ ଚପଳ ଶିଶୁଟିଏ, 

ଯୌବନରେ ଉଦାମ ଯୁବକ, 

ବୃଦ୍ଧ ଅବସ୍ଥାରେ ପୋଖତ ବୃଦ୍ଧ ର ମନନେଇ ବଞ୍ଚିଵା ହିଁ ଜୀବନ l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍