ସ୍ମୃତିରେ ଭାର୍ଗବୀ କୂଳ
ସ୍ମୃତିରେ ଭାର୍ଗବୀ କୂଳ
ଅସ୍ତମିତ ସୂର୍ଯ୍ୟ ଲୁଚକାଳି ଖେଳେ ପଶ୍ଚିମ ଗଗନେ,
ଆତୁର ହଜିଯିବାକୁ ରଜନୀ କେଶ ବନେ,
ଗତିଶୀଳ ବାଲିିିିକୂଳ ତରଙ୍ଗାଇତ ପବନେ,
ଉନ୍ମାଦନା ଖେଳାଏ ତାସକେଣ୍ଡା କୈଶୋର ମନେ ।
ଦଶନ୍ଧି ଦଶନ୍ଧି ଗଲାଣି ବାଲିଗଦା ସରି ଖସି,
ତୋଳୁଥିଲୁ ପ୍ରାସାଦ ଓଦାବାଲିରେ ଚକା କସି,
ଅଣ୍ଟିିିରେ ଜାମୁକୋଳି ପାଦ ଥକେ ଖେଳି ଖେଳି,
ପାଠର ବୋଝ ଯାଉିଥିଲାା କାଗଜ ନାଆଁରେ ଭାସି ।
ପକେଟରେ ଲୁୁୁୁୁୁଚେଇ ଯାଉଥିଲା ଲୁଣ ଲଙ୍କା ଗୁଣ୍ଡ,
ଜମୁଥିଲା ଖଟି ନଈ ପଠାରେ ସାଙ୍ଗ ସାଥି ହେଲେ ରୁୁୁୁଣ୍ଡ ,
ଭାଙ୍ଗି ଆଣୁଥିଲେ ସଜ ବାଇଗଣ ବିିିଲାତି, କାକୁଡି କଷି,
ମାଲିକ ହାବୁଡେ ପଡ଼ିଲେ ଘରେ ପଡୁଥିଲା ଠେଙ୍ଗା ମାଡ।
ନଦୀ ବନ୍ଧେ ଧୂଳି ଉଡ଼େ, ଘଣ୍ଟି ଟୁନ୍ ଟୁୁନ୍ ଦୋଳି ଖେଳେ,
ମେଣ୍ଢା ଦଳ ଗାଈ ପଲ ଯେବେ ଘର ବାହୁଡେ ,
ବଗ ବଗୁଲୀ ବର ଡାଳେ ଆସି ହୁଅନ୍ତି ଜମା,
ଭାର୍ଗବୀ କୂଳେ ସେ ସଞ୍ଜ ମନୋହର ଆଜି ମନେପଡେ ।
ସମୟର ଚକ୍ର ଯେତିକି ଯେତିକି ଆଗେଇ ଯାଉଛି ,
ସ୍ମୃତି ରେ ସେ ଦିନ ସବୁ ସେତିକି ତେଜୀୟାନ ହେଉଛି, ଖୋଲା ଆକାଶ ତଳେ ସେହି ନିର୍ମଳ ଖୋଲା ହସ,
ଆଜିବି ହସିିିିିିବାକୁ ମନେ ଆକାଂକ୍ଷା ଉଙ୍କି ମାରୁଛି ।
