STORYMIRROR

Sukanti Hotta

Others

3  

Sukanti Hotta

Others

ସ୍ମୃତିର କାହାଣୀ

ସ୍ମୃତିର କାହାଣୀ

1 min
409


ପିଲାଙ୍କର ସ୍ମୃତି ଅଟେ ରୂପାଜହ୍ନ "ମାତୃ" ହୃଦୟର ମଣି



ସୁଖଦୁଃଖ ପୂର୍ଣ୍ଣ ଅନେକ ଘଟଣା ସ୍ମୃତିର ଅଟେ 'କାହାଣୀ '



'ସ୍କୁଲ, କଲେଜ' ଜୀବନ ଲଗାମ ବିହୀନ ଖସଡ଼ା ବାଟଟି


ପରା....



ଅବାଟରେ ଗଲେ ଗୋଡ଼ ଖସିଯାଏ ସମୟ ଦିଏନି ଧରା



ଶୃଙ୍ଖଳିତ ହୋଇ ଜ୍ଞାନ ଅରଜିଲେ ଖୁସି ତା ଜୀବନେ ଭରେ



ପାଠଶାଠ ଯିଏ ପଢୁ ନଥାଏ ପଛେ ଅନୁତାପ କରେ.....l



ସ୍ମୃତି ରୂପାଜହ୍ନ "ଯୌବନ" ସପନ ଲାଗେ ଭାରୀ ମିଠାମିଠା



କେତେଯେ ଅଭୂଲା ଶିହରଣ ଦିଏ ମନେ ଭରିଦିଏ ବ୍ୟଥା



ଝରଣାଟି ଭଳି କୁଳୁକୁଳୁ ନାଦେ ମନେମନେ ବହି ଯାଏ



ଭାବନା ରାଜ୍ୟରେ ବେଳେବେଳେ ଡୁବି ମନ ଆନନ୍ଦିତ


ହୁଏ



'ଯୌବନ' ବେଦନା ଭାରୀ ନିର୍ଯ୍ୟାତନା ସ୍ମୃତି ଭରି ରହିଥାଏ



ଜହ୍ନର ରାତିରେ ଜ୍ୟୋସ୍ନାର ସାଥିରେ ସପନ ରାଜ୍ୟରେ


ଶୁଏ



ବେଳେବେଳେ ସ୍ବପ୍ନ ସତ ପରି ଲାଗେ ପୁଣି କେବେ


ମିଛହୁଏ



କିଏ ଆନନ୍ଦରେ କିଏ ଦୁଃଖରେ ସମୟ କାଟିଦିଏ l



"ବିବାହ" ଜୀବନ ପରିବାରରେ ଛନ୍ଦି ହୋଇ ରହିଯାଏ



କର୍ମ ଜଂଜାଳରେ ବୁଡି ଯାଇ ସେ ନିଜ ସୁଖ ଭୁଲିଯାଏ



ସନ୍ତାନର ଖୁସି ସୁଖ ଶାନ୍ତି ପାଇଁ ନିଜେସେ ଜଳି ଯାଏ



ମୋହମାୟାର ସଂସାରରେ ରହି ଆନନ୍ଦ ନେଉ ଥାଏ l



ସବୁଠୁଁ ଦୁଃଖ "ବୃଦ୍ଧ" ଅବସ୍ଥା ସଭିଙ୍କ ଜୀବନେ ଆସେ



ଆତ୍ମୀୟ ସ୍ୱଜନ ଦୁରେଇ ଯାନ୍ତି ବୟସ ଯେବେ ଖସେ



ଅଭୁଲା ସ୍ମୃତି ଭାବିଭାବି ସେ ମୁରୁକି ମୁରୁକି ହସେ



ମୄର୍ତ୍ୟୁ ନାମକ ଅପରିଚିତର ବାଟ ଚାହିଁ କରି ବସେ.......l



• ସୁକାନ୍ତି ହୋତା • ତାଳଚେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍