STORYMIRROR

pranati Mahapatra

Others

3  

pranati Mahapatra

Others

ସ୍ମୃତିର ଝରକାରୁ

ସ୍ମୃତିର ଝରକାରୁ

1 min
222


ଐତିହାସିକ ଲଢେ଼ଇ ଛବିଶ ଜୁଲାଇ

ଉଣେଇଶ ଅନେଶତରେ,

କାଶ୍ମୀରର କାରଗିଲ୍ ସେକ୍ଟରରେ

ଯୁଦ୍ଧ ହୋଇଥିଲା ରେ।

ଯୁଦ୍ଧରେ ବଳୀଦାନ ଦେଇ ସ୍ଵର୍ଗପ୍ରାପ୍ତି

ଅବା ହେଉ ବିଜୟ ଲାଭ,

ଯୁଦ୍ଧ କରିବାର ଦୃଢ଼ ସଂକଳ୍ପେ

ଥିଲେ ଆଗୁସାର ଭାରତୀ ଦାୟାଦ।

ପ୍ରତି ଭାରତୀୟ ମାନଙ୍କ ଏହା ଅଟେ

ଯେ ମହା ସ୍ମରଣୀୟ,

ଅନୁପ୍ରବେଶୀ ପାକିସ୍ତାନୀ ପାଇଁ

ରଚିଲେ ମହାପ୍ରଳୟ।

ଭାରତର ବଳ କୌଶଳ ପ୍ରତି ଥିଲେ

ସେମାନେ ନିଃସନ୍ଦେହ,

ଭାବିଲେ ଭାରତ ସେନାକୁ ନିହତ

କରି ଲଭିବେ ବିଜୟ।

ଆଶା ଧୂଳିସାତ ହୋଇଲା ତାଙ୍କ

ଦେଖି ବଳ ଭାରତର,

ଷାଠିଏ ଦିନର ଯୁଦ୍ଧରେ ହେଲା

ବିଜୟ ତ ଆମର ।

ସିମଲା ଏଗ୍ରିମେଣ୍ଟ ନିଷ୍ପତ୍ତି

ଲାଇନ ଅଫ୍ କଣ୍ଟ୍ରୋଲରେ,

ଏଗାର ଏପଟେ ଏମାନେ ସେମାନେ

ଆରପଟ ଗାରରେ।

କାଶ୍ମୀର ପ୍ରସଙ୍ଗ ସମାଧାନ ଭାରତ

ସିଆଚୀନ ନ ଯିବା ପାଇଁ,

ଗୁପ୍ତରେ ଆକ୍ରମଣ କଲେ ଭାବିଲେ

ଭାରତ ଯିବ ଦୂରେଇ।

ଭାରତ ସେନାଙ୍କ ବୀରତ୍ୱ ଦେଖି

ଥରିଲା ପାକିସ୍ଥାନୀ ଛାତି,

ସହଯୋଗ ଆଶାରେ ଧାଇଁଲେ

ପାଶେ ଆମେରିକାର ରାଷ୍ଟ୍ରପତି।

ସହଯୋଗ ହାତ ବଢାଇଲା ନାହିଁ

ରାଷ୍ଟ୍ର ମୁଖ୍ୟ ବିଲ୍ କ୍ଲିଣ୍ଟନ,

ନଓ୍ଵାଜସରିଫ୍ ଢାଙ୍କିଲେ ଦୋଷ ନିଜର

କିଂକର୍ତ୍ତବ୍ୟବିମୂଢ଼ ହୋଇଣ।

ବକ୍ଷୁରକ୍ତ ନିଗାଡି ପ୍ରାଣବଳୀ ଦେଇ

ଆଣିଥିଲେ ବିଜୟ,

ସଫଳ ହୋଇଲା ଭାରତ ଜଗତ

ହୋଇଥିଲା ବିସ୍ମୟ।

ଶୂନ୍ୟ ହେଲା ମାଆର କୋଳ

ଲିଭିଲା ଅହ୍ୟ କପାଳରୁ ସିନ୍ଦୂର,

ତଥାପି ଗରବେ କହେ ଏ ମାଆ

ଭାରତର ପୁଅ ହୋଇଛି ଅମର।

ପିତା ମାତା ପୁତ୍ର କନ୍ୟାମାନେ

ରକ୍ତକୁ ହରାଇ ବସିଥିଲେ,

ଏମିତି ସୁଯୋଗ୍ୟ ସନ୍ତାନ ଏ ଭାରତେ

ଜନମି ଥିଲେ।

ଆହେ ଶୁରବୀର ମୋହର

ଘେନ କୋଟି କୋଟି ପ୍ରଣାମ,

ସ୍ଵର୍ଣ୍ଣାକ୍ଷରେ ଲିପିଶଦ୍ଧ ରହୁ

ଯୁଗେ ଯୁଗକୁ ତୁମରି ନାମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍