ସ୍ମୃତି
ସ୍ମୃତି
ପିଲା ବେଳ ଧୂଳି ଖେଳ
ଆହା କି ମନୋହର
ଖୋଜେ ଆଜି ମନ ମୋର
ସେ ବିନ୍ଦାସ ଜୀବନ।
ନ ଥିଲା ଚିନ୍ତା ଦକ
ନ ଥିଲା ମନେ ହୀନ ଭାବ
କେବଳ ଥିଲା ମଜା ଆନନ୍ଦ
ଅଜା ଆଈ କହୁଥିଲେ ଗପ।
କ୍ଷଣେ କ୍ରୋଧ କ୍ଷଣେ ଶାନ୍ତ
ମନରେ ନ ଥିଲା ଅଭିମାନ
ସତେ ଅବା ପୂନେଇ ଜହ୍ନ
ଜୀବନ ଥିଲା କେତେ ଚିନ୍ତାଶୂନ।
ଯହୁଁ ତହୁଁ ଯୌବନ ପ୍ରବେଶିଲା
ମନ ଆମ ଅଳିଆ ହେଲା
ପିଲା ବେଳ ନିର୍ମଳ ଧାରା
ମନୁ ଆମ ଉଭେଇ ଗଲା।
ସାଥେ ଥିଲା ଯେ ଭାଇ
ଭଗାରୀ କହି ଦେଲେ ଦୂରେଇ
ମା' ବାପା ସାଙ୍ଗ ସାଥୀ
ଲାଗନ୍ତି ସତେ ଅବା ଅମା ରାତି।
ଦେଖି ଭଗିନୀର ଶ୍ରଦ୍ଧା ରାକ୍ଷୀ
ଆଖି ଆମ ଯାଉଥିଲା ଲାଖି
ଆଜି ସେତ ପାଖରୁ ଯାଇଛି ହଟି
ବୃଦ୍ଧା ମା' ବାହୁନେ ଘରେ ବସି।
ମାତା ପିତା ଗୁରୁଜନ ଆମ
ଦେଖି ଥିଲେ କେତେ ସପନ
ବଡ଼ ହୋଇ ପିଲା ଆମର
ରଖିବ ଆମ ମାନ ମହତ।
ସମସ୍ତ ସପନ, ଆଶା ତାଙ୍କ
କରି ଦେଲେ ଆମେ ପଙ୍କ
ଏବେ ଖାଲି ଲାଗେ ଭଲ
ସ୍ତ୍ରୀ ପିଲା ନିଜ ସଂସାର।
ଭାବିଲେ ଆଜି ଆଶ୍ଚର୍ଯ୍ୟ ଲାଗଇ
ଏ କଣ ମଣିଷ ଜୀବନ ଭାଇ!
ସ୍ବାରଥ ଲାଗି ସଭିଙ୍କୁ ପର କରଇ
ନିଜ ମତଲବ ଛଡ଼ା କିଛି ନ ଦିଶଇ।
ମନ କରୁଥ
ିଲେ ଖାଇବାକୁ ଝଷ
ବାପା ଆଣୁଥିଲେ ଯାଇ ଝଅଟ
ରାଗେ ଶୋଇଲେ ନ ଖାଇ
ମା' ନାଳିଆଇ ଦିଏ ଖୁଆଇ।
ଏବେ ଆମେ ହୋଇ ଯାଇଛେ ବାପା
ନିଜ ମା'ବାପା ଲାଗନ୍ତି ସତେ'ବା ଭଙ୍ଗା ଛତା
ମା' କହିଲେ ଆଣିବୁରେ ପୁଅ ପାନକଡ଼ାଏ
କହୁ ସହସା ପାସେ ନାହିଁ ଟଙ୍କା ଯୋଡ଼ାଏ।
ମାନବ ଶ୍ରେଷ୍ଠ ଜନମ ଦେଇ
ଏ ପୁରେ ପଠାଇଥିଲା ବିହି
କ'ଣ ଏ ଦିନ ଦେଖିବା ପାଇଁ?
ଭାଇ ଭାଇର ନ ହୁଅଇ।
କ୍ଷଣିକ ଏ ଜୀବନ ଧରାଧାମେ
ବଞ୍ଚିବା କାହିଁ ବୃଥା ଅଭିମାନେ?
ସେନେହ ଶରଧା ଚାଲିଲେ ବାଣ୍ଟି
ସମାଜୁ ବାଛି ହୋଇଯିବେ କାଣ୍ଟି।
ମା'ବାପା ଆମ ଅମୂଲ ରତନ
କେତେ କରିଥିଲେ ସେ ଆମ ଯତନ
ଆସ ଆଜି ମନୁ ତେଜି ହୀନ ଭାବ
ରଖିବା ମାତା ପିତାଙ୍କର ଟେକ।
କରିବା ଆମେ ସେବା ତାଙ୍କ
ଦେଇ ମନ ମୁନ ଚଇତନ
ଭାଇକୁ କୋଳାଇ କରିବା ଆଲିଙ୍ଗନ
ଭଉଣୀର ଦୁଃଖ କରିବା ହରଣ।
ସର୍ବତ୍ର ହୋଇଲେ ମିଳିତ ପ୍ରୟାସ
ଦୂର ହୋଇବ ଜଗତୁ ଭରମ
ଯୁଗେ ଯୁଗେ ସଙ୍ଘ ଶକତି
ଅସମ୍ଭବକୁ ସମ୍ଭବ କରି ଆଣେ କତି।
ପିଲାଟିଏ ପୁଣି କରିଦିଅ ମୋତେ
ମଳିନତା ନ ରହିବ ମୋର ମନେ
ସଭିଙ୍କୁ ମଣିବି ମୁଁ ଆପଣାର
ଗଢ଼ିବି ସଂସାର ପ୍ରଭୁ ତୁମର।
ଶିଶିର କୁମାର ପଣ୍ଡା,କଟକ।