STORYMIRROR

NIBEDITA MOHAPATRA

Others

2  

NIBEDITA MOHAPATRA

Others

ସ୍ମୃତି

ସ୍ମୃତି

1 min
35


ମନେ ପଡିଗଲା ଆଜି ପିଲାଦିନବିତିଥିଲା ଯାହାତ ହସ ଖୁସିରେତାଜା ହୋଇଗଲା ଘଟଣା ଯେତକସାଇତି ଥିଲି ମୁଁ ଯାହାକୁ ସ୍ମୃତିରେ।


କେତେ ରାଗରୁଷା ମାନ ଅଭିମାନକରୁଥିଲେ ମିଳିଣ କେତେ ଗମାତଆନନ୍ଦ ବିଷାଦ ଯାହା ଘଟୁଥିଲାବାଣ୍ଟୁଥିଲେ ମନରେ ନ ରଖି ଦ୍ବନ୍ଦ୍ବ।


ସକାଳ ସଞ୍ଜରେ ସଜେଇ ହେବାରେବିତାଉଥିଲୁ ତୁ ବହୁତ ସମୟପରିହାସ ତତେ କରୁଥିଲୁ ଆମ୍ଭେତଥାପି କରିନୁ କେବେ ବି ତୁ ରୋଷ।


ମନରେ ନଥିଲା ଛନ୍ଦ କି କପଟନଥିଲା ତ ପର ଆପଣାର ଭାବଯାନିଯାତ୍ରା ହେଉ ଅବା ସେ ମେଳଣକରୁଥିଲେ ତ ମିଳିମିଶି ପାଳନ।


ବାଲିଯାତ୍ରା ଅବା ସ୍ବରାଜ ଦ୍ବିତୀୟାସାଗର ସ୍ନାନ ଲାଗୁଥିଲା ବଢ଼ିଆପର୍ବ ଦିନରେ ହେଉଥିଲେ ଏକାଠିଥଟ୍ଟା ମଜା କରୁଥିଲେ ଆମେ ମିଶି।

r>

ପରିବର୍ତ୍ତନ ହେଲା ସମୟ ଧାରାଅଚିହ୍ନା ହୋଇଗଲା ଚିହ୍ନା ଚେହେରା ଛିଡିଗଲା ଆମ ମମତା ବନ୍ଧନସଂପର୍କର ରଙ୍ଗ ପଡିଲା ମଳିନ।


ଫେସବୁକ ତତେ ଦେଲା ସହାୟତା ପାଇଗଲୁ ତୁହି ଆମରି ବାରତାଯୋଡିଦେଲୁ ପୁଣି ସଂପର୍କର ଡୋର ମନରେ ଭରିଲୁ ଆନନ୍ଦ ଜୁଆର।


ଉଣେଇଶ ବର୍ଷର ଯେତେ ଘଟଣାସ୍ମୃତି ପଟରେ ରହିଥିଲା ସାଇତାତୋରି ପାଇଁ ଖୋଲିଲା ଅକୁହା କଥା ଶାନ୍ତ ହୋଇଗଲା ହୃଦୟର ବ୍ୟଥା।


ପଥ ହୁଡି ଥିଲା ପୁଅ ବାହୁଡିଛିସବୁ ସଂପର୍କକୁ ଆଜି ସାଉଁଟୁଛିଭୁଲି ଅତୀତର ମାନ ଅଭିମାନ କରିବାରୁ ତା' ଭୁଲ୍ ର ସମାଧାନ।


ବଦଳାଇ ଦେଲୁ ତୁ ସବୁରି ମନଭୁଲି ହେବନାହିଁ ତୋର ପ୍ରତିଦାନମରିଯାଉ ଜୀବନରେ ତୋର ଖୁସିପଦ୍ମପାଦରେ କରୁଅଛି ମିନତି।



Rate this content
Log in