STORYMIRROR

Sukanti Hotta

Others

3  

Sukanti Hotta

Others

ସ୍ମୃତି

ସ୍ମୃତି

1 min
132

ମେଘ ଭାସୁଥିଲା ନୀଳ ଆକାଶରେ ଧରିବାକୁ ମନକଲି,

ଖୋଲା ବଗିଚାର ଘାସଗାଲିଚାରେ ସ୍ମୃତିକୁ ସାଉଁଟି ନେଲି l

ମନେ ପଡିଗଲା ପିଲାବେଳ କଥା ବର୍ଷାର ସେହି କାହାଣୀ,

ମଜା କରୁଥିଲୁ ଭିଜି ବୁଲୁଥିଲୁ ହାତେ ଧରୁଥିଲୁ ପାଣି l

କାଗଜ ଡ଼ଙ୍ଗାକୁ ପାଣିରେ ଭସାଇ କେତେ ମଜା ନେଉଥିଲୁ,

ଇନ୍ଦ୍ରଧନୁକୁ ଆକାଶରେ ଦେଖି ବା ଘ ନି ସ ହ ନା ଲା କହୁଥିଲୁ l

ଭିଜିଭିଜି ଯେବେ ଘର ଯାଉଥିଲୁ ମାଆ ଗାଳି ଦେଉଥିଲେ,

ପଣତ କାନିରେ ଭିଜା ଶରୀରକୁ ସ୍ନେହରେ ପୋଛୁଥିଲେ l

ଆଉ ସେହିଦିନ ଫେରି ଆସିବନି ଖାଲି ସ୍ମୃତି ରହିଅଛି,

ମୋବାଇଲ ଯୁଗରେ ଘାସ ଗାଲିଚାଟି ପିଲାଙ୍କୁ ଝୁରୁଅଛି l



Rate this content
Log in