ସ୍ମୃତି
ସ୍ମୃତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସ୍ମୃତି ବିସ୍ମୃତିର କେଉଁ ଦୋଛକି ରାସ୍ତାରେ
ଚାଲୁଚାଲୁ ପଡ଼ିଗଲି କେତେଯେ ପଛରେ।
ସ୍ମୁତି ଏକ ଅଭୁଲା ନଈ ବହି ଯାଏ ସେ
ଚାହିଁଲେ ବି ତାକୁ ଭୁଲିହୁଏନା ଅକ୍ଳେଶେ।
ବସା ବାନ୍ଧି ଥାଏ ସିଏ ମନର ମନ୍ଦିରେ
ସୃଷ୍ଟି କରଇ ଧାରା ଶ୍ରାବଣ ନୟନରେ।
କେବେ ଆଣେ ଗର୍ବ ତ କେବେ ପୁଣି ଅହଂକାର
ପୁଣି କେବେ ସୃଷ୍ଟି କରେ ଭାବନାରେ ବିକାର।
ସ୍ମୃତି ବେଶୀ ମନେପଡେ ଦୁଃଖଦ ସମୟେ
ଦେହେ ଶକ୍ତି ଭରି ଆନନ୍ଦ ଭରେ ହୃଦୟେ।
ଏମିତି ଏକ ଘଟଣା ଘଟିଥିଲା ଜୀବନେ
ଯାହାକି କହିହେବ ନାହିଁ କାହା ସାମନେ।
ବିଂଶ ଶତାବ୍ଦୀର ଅକ୍ଟୋବର ପାଞ୍ଚ ତାରିଖ
ଆଣିଦେଇଥିଲା ମୋତେ ସେ ଦାରୁଣ ଦୁଃଖ।
ସେଦିନ ପାଇଥିଲି ଏପରି ଏକ ଖବର
ମରୀଚିକା ପଛେ ଧାଇଁ ଥିଲି ବହୁତ ଦୂର।
ଶେଷରେ ଫେରିଥିଲି ତୃଷ୍ଣାରେ ହୋଇ ଆତୁର
ଜୀବନ ଯୁଦ୍ଧରେ ମୁହିଁ ହାରିବାଟା ହେଲା ସାର।
ସେଦିନର ସେହି ଘଟଣା ସ୍ମୃତି ହୋଇଗଲା
ମନର ଦରଜ କେବଳ ମନରେ ମରିଲା।
ସେ ଏମିତି ଏକ ଅଭୁଲା ସ୍ମୁତି ଯାହାକୁକି
ସହି ହୁଏନା କି କହି ହୁଏନା କାହାରିକି।