ସ୍ମୃତି
ସ୍ମୃତି
ମୁଁ ଚାହେଁ ହଜିବାକୁ ତୁମରି ସ୍ମୃତିରେ
ଯାହାକୁ ମନେ ପକାଇ ଶିହରି ଉଠେ ଏ ମନ ,
ଚାହେଁ ଫେରେଇ ଆଣିବାକୁ ତୁମକୁ ଏଇ ଜୀବନେ ।
ତୁମର ତ୍ୟାଗ ମୋ ପାଇଁ କେତେ ମୂଲ୍ୟବାନ ,
ତୁମର ମନ ଛୁଆଁ କେଇ ପଦ ଲେଖା
ଟାଙ୍କୁରି ଦିଏ ମୋ ଦେହକୁ ।
କେତେ ପ୍ରେମ ଥିଲା ତୁମରି ହୃଦୟେ
ଯାହାକୁ ଅଜାଡି ଦେଇଛ ତୁମେ ,
ପ୍ରେମ ର ଅର୍ଥ ତ୍ୟାଗରେ ନିହିତ
ସେ କଥା ତୁମେ ବୁଝାଇଛ ମୋତେ ।
ତୁମରି ତ୍ୟାଗ ରେ , ମାଟି ମା ପାଇଁ ସ୍ନେହରେ ମୁଁ ଆଜି ଋଣି ,
କେବେ ଚାହେଁ ଖୋଜି ଆଣିବି ତୁମକୁ
ସେହି ଅତୀତ ଆକାଶ ଛାତିରୁ ।
ହେଲେ ମୁଁ ନିରୁପାୟ ,
ନା ପାଉଛି ତୁମକୁ , ନା ତୁମର ପ୍ରେମକୁ ।
ତୁମ ପାଇଁ ଆଜି ମୁଁ ସ୍ବାଧୀନ ,
ଫିରିଙ୍ଗି କବଳରୁ ମୁକ୍ତ ,
ହେଲେ ତୁମେ ମୋ ପାଇଁ ସ୍ବପ୍ନ ,
ଆଜିର ଜୀବନେ ସଭିଏଁ ଚାହାଁନ୍ତି ମୋତେ ଲୋଟିବାକୁ ,
ମୋ ସମ୍ପଦ କୁ ବିକି ଆଜି ସଭିଏଁ
ଉଚ୍ଚ ଅଟ୍ଟାଳିକା ରେ ।
ସ୍ବାଧୀନ ହୋଇ ବି ଆଜି ମୁଁ ପରାଧୀନତା ଝାସରେ ଜଳୁଛି ନିତି ,
ତୁମରି ସ୍ମୃତିରେ ଆଜି ମୁଁ କାନ୍ଦୁଛି ।
ହେଲେ କହିବି କାହାକୁ .....
ତୁମ ସ୍ମୃତି ମୋ ପାଇଁ ଏକ ଉତ୍ପ୍ରେରକ ,
ତୁମ ଜୀବନ ମୋ ପାଇଁ ନୀଳ ଆକାଶ ,
ତୁମରି କିର୍ତୀ ମୋ ପାଇଁ ରୂପା ଜହ୍ନ ,
●Priyadarsini Das ●
●Asst teacher● ●R.K.U.P.School,Vellora●
●Basta ,Balasore●
