STORYMIRROR

Kulamani Sarangi

Others

3  

Kulamani Sarangi

Others

ସ୍ମୃତି ଚାରଣ

ସ୍ମୃତି ଚାରଣ

1 min
27.2K


ସ୍ମୃତି ଚାରଣ ............... ମାଆର ଆଖିରେ ଲୁହ, ଖଣ୍ଡ ବିଖଣ୍ଡିତ ଶରୀର, ବୁକୁରେ ଉଠୁଥିଲା ତାର କୋହ। ଶୃଙ୍ଖଳ ହାତ, ପାଦରେ, ରକ୍ତପୀପାସୁ ଚାହିଁ ରହିଥିଲେ ଖଣ୍ଡିତ କରିବାରେ। "ଓଡିଆ ଏକ୍ ଟୁ ଭାଷା ନଏ' ବୋଲି ଚିତ୍କାର କରୁଥିଲେ, ମୃତ ଏକ ଭାଷା,ସଂସ୍କୃତି ପାଇଁ ଜୁଇ ସେ ସଜାଡୁ ଥିଲେ। ଉନବିଂଶ ଶତାବ୍ଦିର ମଧ୍ୟଭାଗେ କାଳ କବଳିତ ମାଆ, ଲୋପ ପାଇବାକୁ ବସିଥିଲା ଏଇ ଓଡିଆ ଜାତିର ନାଆଁ। ଜନନୀକୁ ଯିଏ ବଂଚାଇ ଥିଲେ ସତତ ସଂଗ୍ରାମ କରି, ଓଡିଆ ସଂସ୍କୃତି, ଭାଷାର କୋଣାର୍କ ଦେଇଥିଲେ ଠିଆକରି। ସେଇ ବ୍ୟାସକବି,ସେଇ କୁଳବୃଦ୍ଧ ପୁଣି ସେଇ ଭକ୍ତକବି, ସେଇ କବିବର, ସେଇ ଗଂଗାଧର ଉତ୍କଳ ଗଗନ ରବି। ତାଙ୍କର ସ୍ମୃତି ଚାରଣ, କରେ ମୁଁ ,ହେ ମୋର ଉତ୍କଳବାସୀ ପୂଜ ତାହାଙ୍କ ଚରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍