STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ସମର୍ଥକ କ୍ରିକେଟ ଦେଶ

ସମର୍ଥକ କ୍ରିକେଟ ଦେଶ

1 min
185


ଗାଁ ଠାରୁ ସହର ସବୁଠାରେ ଏବେ

କ୍ରିକେଟ କରିଛି ବାଇ,

ପିଲା ବୁଢା ବୁଢି ସଭିଏଁ ଜାଣନ୍ତି

ଦୁଇ ଦଳ ଖେଳ ଏଇ ।୧।


ସାରା ବିଶ୍ବ ଆଜି ପଛରେ ପଡିଛି

ବାଃଆରେ କ୍ରିକେଟ ଖେଳ,

ଖେଳ ପଡିଆରେ ଦଳ ମାନଙ୍କର

କଷାକଷି ହୁଏ ବଳ ।୨।


ଖେଳ ଦେଖା ନିଶା ସବୁଠୁ ନିଆରା

ଟିଭି ରୁ ପଡିଆ ଯାଏଁ,

ଦେଶ ଦେଶ ଦଳ ନେଇ ଏଇ ଖେଳ

ବିଶ୍ବ ଚହଳ ପକାଏ ।୩।


ଅନେକ ଦର୍ଶକ ଖେଳ ଦେଖିବାକୁ

ପଡିଆ କରନ୍ତି ଭିଡ,

ସମର୍ଥକ ମାନେ ଚାହିଁ ବସିଥାନ୍ତି

ଜାଣିବାକୁ ଫଳାଫଳ ।୪।


ଦଳର ବିଜୟ ହୋଇଲେ ନସରେ

ଖୁସିର ଅସରା ହସ,

ହାରିଗଲେ ଦଳ ସବୁ ହଜିଯାଏ

ମନେ ଭରିଯାଏ ବିଷ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍