ସ୍ମୃୃୃୃୃୃୃୃୃୃୃୃୃତି
ସ୍ମୃୃୃୃୃୃୃୃୃୃୃୃୃତି

1 min

202
ପରିଚୟ ଫିକା ଲାଗେ ସ୍ମୃତିରେଖାରେ,
ତୁମେ ଅଛ ତୁମେ ନାହଁ ମନ ଭିତରେ |୦|
ଲୁଚକାଳି ଖେଳୁଥାଅ ମାନସ ପଟଳେ ,
ଅନ୍ଧାରିଆ ବେଳଟାରେ ତୁମ ମୁହଁ ଖେଳେ ,
ଲାଜ ଲାଜ ହସ ମୁହଁ ନିତି ହାତଠାରେ |୧|
ନାଲି ନେଳି ପଣତରେ ଝୁଲେ ଇନ୍ଦ୍ରଧନୁ,
ଆକାଶର ବୁକୁ ଚିରି ରଙ୍ଗ ଟାଣେ ମନୁ,
ସ୍ମୃତିଭରା ଫଟା କାନି ଖାଲି ମଧୁ ଝରେ |୨|
ଫଗୁଣରେ ଭରା ଦେଇ ଆସେ ସ୍ମୃତି ଚିହ୍ନ,
ଆଷାଢ଼ରେ ନଈ ସୁଏ ଭାସିଯାଏ ଜହ୍ନ,
ଅସୁମାରୀ ସ୍ମୃତି ଚିହ୍ନ ଗାଏ ଶରତରେ |୩|
ତୋଫା ତୋଫା ସ୍ମୃତିରେଖା ମନ ଆଇନାରେ,
ଏବେ ଅଛି ଏବେ ନାହିଁ ଯାଏ ବହୁ ଦୂରେ,
ମୋ ସ୍ମୃତିକୁ ଧରି ମୁଁ ଯେ ବଞ୍ଚେ ତୋ ସ୍ମୃତିରେ |୪|