ସମ୍ପର୍କର କାଚଘର
ସମ୍ପର୍କର କାଚଘର
1 min
135
ସମ୍ପର୍କର ଡୋରି ସୁତାଖିଅ ଟିଏ
ଟାଣନି ଏହାକୁ ବେଶୀ
ଯୋଡିହୁଏ ନାହିଁ ଛିଣ୍ଡିଗଲେ ଇଏ
ଅହଂଭାବ ଆସେ ପଶି।
ଯୋଉ ସମ୍ପର୍କରେ ଭରସା ନଥିବ
ନରଖିବା ହେବ ଭଲ
ରଖିଥାଇ କିଆଁ ନିତି ମରୁଥିବ
ହଉଥିବ କଲବଲ।
କାଚଘର ପରି ସମ୍ପର୍କ ଆମର
ସାଇତି କି ରଖିଥିବା
ବିଶ୍ୱାସ ରୂପକ ଔଷଧ ଦେଇ
ମଜବୁତ କରିଥିବା।
