STORYMIRROR

Sanjeeb Kumar Nag

Others

2  

Sanjeeb Kumar Nag

Others

ସମ୍ପର୍କର କାଚଘର

ସମ୍ପର୍କର କାଚଘର

1 min
138

ସମ୍ପର୍କର ଡୋରି ସୁତାଖିଅ ଟିଏ

ଟାଣନି ଏହାକୁ ବେଶୀ

ଯୋଡିହୁଏ ନାହିଁ ଛିଣ୍ଡିଗଲେ ଇଏ

ଅହଂଭାବ ଆସେ ପଶି।


ଯୋଉ ସମ୍ପର୍କରେ ଭରସା ନଥିବ

ନରଖିବା ହେବ ଭଲ

ରଖିଥାଇ କିଆଁ ନିତି ମରୁଥିବ

ହଉଥିବ କଲବଲ।


କାଚଘର ପରି ସମ୍ପର୍କ ଆମର

ସାଇତି କି ରଖିଥିବା

ବିଶ୍ୱାସ ରୂପକ ଔଷଧ ଦେଇ

ମଜବୁତ କରିଥିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍