Pratima Das

Others

3  

Pratima Das

Others

ସମ୍ପର୍କ

ସମ୍ପର୍କ

1 min
1.4K



ପ୍ରତିମା ଦାସ


ନୂଆ ସମ୍ପର୍କ ମଲ୍ଲୀ ମାଳତୀ ଫୁଲର ମହକ,

ମାର୍ଗଶିର ମାସର ଗେରୁ ଲିପା ମାଟି କାନ୍ଥ

ତରୁ ଲତା, ଶୁଆଶାରୀ ,ଲକ୍ଷ୍ମୀ ପାଦ ଅବା ଟିପଚିତା।


ନୂଆ ସମ୍ପର୍କ ମହମହ ବାସନାର ପୁର

ଛେନା, ନଡିଆ ,ଅଦାମରିଚ,କର୍ପୁର ଭରା ମଣ୍ଡା ପିଠା

ପିଢରେ ମାଡିଥିବା ସଜସଜ ଲାଉକଖାରୁ ଲଟା।


ନୂଆ ସମ୍ପର୍କ ଆଦ୍ୟରୁ ଅନ୍ତ ଆକାଶରୁ ମର୍ତ୍ତ୍ୟ

ମଜାନେଉଥିବା ବେଳେ ବଦଳାଏ ତାର ଗତିପଥ

ମଝିରେ ମଝିରେ ପାଇ ସଦ୍ଯ ଚୋଟ।


ଶବ୍ଦାୟିତ ରକେଟ୍ ଛାଡିଯାଉଥିବା ଧୁଆଁ ଧାର

ନୀରବରେ ଲିଭିଯାଏ,ଧିରେ ଧିରେ ହଜାଇ ଅସ୍ତିତ୍ୱ

ବାଟବଣା ସମ୍ପର୍କ ସମାଧିନିଏ ହୋଇ ଛଟପଟ।


ପାଇ କଷାଘାତ, ଭୁଲବଝାବଣାର ହୋଇ ଶିକାର

କଡଲେଉଟାଏ ସମ୍ପର୍କ ଉଠିପଡି ଚାଲିଯିବା ପାଇଁ

ହାତଧରି ଅନ୍ୟ ଏକ ସାଥିର ଲିଭାଇଦେଇ ଲିପି ସମ୍ପର୍କର।


ଧୂଳି ଧୂସରିତ ହୋଇ ଯାଏ ମାଟି କାନ୍ଥ

ଲିଭିଯାଏ ଚିତା ପାଇ ପିଠି ଘଷା

ଶୁଖି ଆସେ ପିଢରୁ ଲାଉ କଖାରୁ ଲଟା।


ରହିଯାଏ କାନ୍ଥେ ଧାରେ ଶୁଆଶାରୀ ଆଉ କିଛି ଚିତା

ଅପେକ୍ଷାରେ ଥାଏ ବୁଢିମାର ଶିରାଳ ହାତପରି ଲଟା

ବର୍ଷା ଋତୁ ପୂର୍ବ ଆରସନ ଛପରକୁ ଅବା ।


ଚାଲିଥାଏ ଏହିପରି ସମ୍ପର୍କର ଅଜଣା ଯାତ୍ରା

କିଏ ତା ମୂଲ୍ୟ ମହକ ବୁଝି ନପାରି ଦୂରେଇ ଦିଏତ

ଆଉ କେ ପାଛୋଟି ନେଇ କରୁଥାଏ ପାଦପୂଜା।


Rate this content
Log in