STORYMIRROR

Minakshi Samal

Others

3  

Minakshi Samal

Others

ସମ୍ପର୍କ

ସମ୍ପର୍କ

1 min
269

ସମ୍ପର୍କ ଏକ ସେତୁଟିଏ

ଆତ୍ମା ମାନଙ୍କ ଭିତରେ 

ଯୋଗସୂତ୍ର ରକ୍ଷା କରୁଥିବା 

ଅଦୃଶ୍ୟ ଏକ ସୂକ୍ଷ୍ମ ତନ୍ତ୍ରୀ

ଜଡେଇ ଧରିଥାଏ ସଭିଙ୍କୁ

ବୁଢିଆଣୀ ଜାଲର 

ସୂକ୍ଷ୍ମାତିସୂକ୍ଷ୍ମ ପରିଧି ଭିତରେ।


କୃଛ୍ର ସାଧନାଠୁଁ କମ ନୁହେଁ 

ସମ୍ପର୍କର ରକ୍ଷା

ସ୍ନେହ ମମତାର ପାଣିଛିଞ୍ଚି ସମ୍ପର୍କର

ବୀଜଟିକୁ ବୁଣିବାକୁ ହୁଏ।

ବିଶ୍ବାସର ଅମ୍ଲଜାନ,

ଭରସାର ଜଳ,

ସମର୍ଥନର ଉତ୍ତାପ ଦେଇ

ଅଙ୍କୁରିତ ଚାରାଗଛଟିର

ଭରପୁର ଯତ୍ନ ନେବାକୁ ହୁଏ।

ଅବାଞ୍ଛିତ ବୃକ୍ଷର 

ମୂଳୋତ୍ପାଟନ କରି,

ଦୂରକୁ ନିକ୍ଷେପ କରି, 

ସମ୍ପର୍କକୁ ସଂସାରର 

ଆବିଳତା ଠାରୁ

ସୁରକ୍ଷିତ ରଖିବାକୁ ହୁଏ,

ବିଟପୀ ଜଲ୍ହାଦଙ୍କ ଲୋଲୁପ

ଦୃଷ୍ଟିରୁ ଦୂରେଇ ରଖିବାକୁ ହୁଏ।

ଭଲପାଇବାର ଖତ ସାର ଦେଇ

ପ୍ରାକୃତିକ ପୁଷ୍ଟି ଯୋଗାଇ

ସୁସ୍ଥ ,ସବଳ ଓ ନୀରୋଗ

କରାଯାଏ ସମ୍ପର୍କକୁ।

ନଚେତ ଗୋଟିଏ ଝଟକାରେ 

ସମ୍ପର୍କର ଏକ ସୁନ୍ଦର ମିନାର

ଧୂଳିସାତ ହୋଇଯାଏ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍