STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ସମ୍ପର୍କ

ସମ୍ପର୍କ

1 min
114


ବିଶ୍ବାସର ଆଦ୍ୟ ତପନ କିରଣେ

ଭରସାର ବାରି ଧାରାର ସ୍ପର୍ଶରେ,

ମମତା ପ୍ରୀତିର ମଳୟ ପ୍ରବାହନରେ

ପଲ୍ଲବିତ ହୁଅଇ ହୃଦୟ କନ୍ଦରେ,

ଜଗତେ ଅମୂଲ୍ୟ ସେଇ ବୀଜଟି

"ସମ୍ପର୍କ" ଅଟଇ ତାର ନାମଟି॥


ଏନ୍ତୁଡ଼ି ଶାଳରେ ଭୂମିଷ୍ଠ ଦିନରୁ

ଯୁଇ ନିଆଁରେ ଜଳିବା ଯାଏଁ

ଥାଏ ସର୍ବଦା ଆମରି ସାଥେ

ସୁଖ ଅବା ଦୁଃଖ ଛାୟାରେ

ବଢିଥାଏ ଧିରେ ଧିରେ ସେହିଟି

"ସମ୍ପର୍କ" ଅଟଇ ତାର ନାମଟି॥


ରକତରେ ଗଢା ହେଲେରେ ଭାବ

ସେଥିରୁ ସୃଷ୍ଟି ହୁଅଇ ପରିବାର

ଧୂଳି ଖେଳରେ କରେ ସହାୟତା

ତାସାଥେ ଯୋଡା ହୁଏ ବନ୍ଧୁତା

ଭିନ୍ନ ସିନା ତାର ପରିଚୟଟି

"ସମ୍ପର୍କ" ଅଟଇ ତାର ନାମଟି॥


ଅଚିହ୍ନା ଅଜଣାର ଯେତେ ମୁହଁ

ତାପାଇଁ ହୁଅଇ ସବୁ ପରିଚିତ

ଦୂରରେ ହେଉ ଅବା ପାଖରେ

ପରକୁ ସେହି ଆପଣାର କରେ

ସବୁ ଆରମ୍ଭରେ ଥାଏ ସେହିଟି

"ସମ୍ପର୍କ" ଅଟଇ ତାର ନାମଟି॥


ବିଧାତାଙ୍କ ରଚିତ ଏହି ସୃଷ୍ଟିରେ

ସଭିଏଁ ଜଡିତ ଭାବର ଡୋରେ

ସବୁରି ହୃଦୟେ ରହିଛି ସେହି

ତାବିନା କିଏ ପାରିବ ରହି

ଜୀବନ ଯାତ୍ରାର ସେହି ମୂଳଟି

"ସମ୍ପର୍କ" ଅଟଇ ତାର ନାମଟି॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍