Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

3  

DILIP KUMAR SAHOO

Others

ସମ୍ପର୍କ ରଖିଲେ ସ୍ୱାର୍ଥର ଚିନ୍ତା

ସମ୍ପର୍କ ରଖିଲେ ସ୍ୱାର୍ଥର ଚିନ୍ତା

1 min
198


 ବଡ ବିଚିତ୍ର ଏ ମାୟା ସ°ସାର

 ପାଖେ ଆଲୁଅକୁ ପାଖେ ଅନ୍ଧାର ।

 ପୂଣ୍ୟର ପରିଧି ପାପର ଖେଳ

 ଜ୍ଞାନର ମନ୍ଦିରେ ଅଜ୍ଞାନ ମେଳ ।

 ପୋଥି ଅଛି ଏଠି ଅଛି ପୁରାଣ

 ରାମଙ୍କୁ ନଖୋଜି ପୂଜୁ ରାବଣ ।

 ଶୁଖିଲା ଆଷାଢ଼ ଶୁଖେ ଶ୍ରାବଣ

 ମଦରେ ଉଛୁଳେ ପୂଜା ପାର୍ବଣ ।

 ବୈଶାଖରେ ଏବେ ହେଉଛି ବାତ୍ୟା

 କନ୍ୟା ଭୃଣ ନିତି ହୁଅନ୍ତି ହତ୍ୟା ।

 କିନ୍ତୁ ପରନ୍ତୁ ଖୋଜୁ କାରଣ

 ମିଶାଣ ନାଆଁରେ କରୁ ହରଣ ।

 ଫଗୁଣ ହାଟରେ ମହକ କାହିଁ 

 ମନ ଯମୁନାରେ ଯୁଆର ନାହିଁ ।

 ମିଛରେ ଅଥୟ ଲୋଟଣି ପାରା

 ମେଘ ହଜିଯାଏ ଲେଉଟେ ଖରା ।

 ଶୀତୁଆ ସକାଳେ ବହୁଛି ଝାଳ

 ଭାଇ ହେଉଅଛି ଭାଇକୁ କାଳ ।

 ପାଚୁନି ପଣଷ ପଚୁଛି କଠା

 ଭଗାରୀଙ୍କ କଥା ଲାଗୁଛି ମିଠା ।

 ନିଃଶ୍ୱାସ ଖେଳୁଛି ଚକାଭଉଁରୀ

 ବାପା ମାଆ ଏବେ ବଡ ବଇରୀ ।

 ସମ୍ପର୍କ ରଖିଲେ ସ୍ୱାର୍ଥର ଚିନ୍ତା

 ତୁଛାଟାରେ ଆଖି ଲୁହରେ ତିନ୍ତା ।

 କହିବା କାହାକୁ ଶୁଣିବ କିଏ

 ନିଜେ ମାରୁଥାଅ ନିଜକୁ ଢିଏ ।

  

 

  


 



Rate this content
Log in