STORYMIRROR

Gouri Panda

Others

3  

Gouri Panda

Others

ସମ୍ପର୍କ ର ଡୋରୀ

ସମ୍ପର୍କ ର ଡୋରୀ

1 min
414

ତୁମ ସମ୍ପର୍କ ର ଡୋରୀ

ଚାଲୁଛି ତାହାକୁ ଧରି।

ହେଲେ ତୁମେ ଯେ ନିଷ୍ଠୁର

ବୁଝୁନାହଁ ମନ ମୋର।

ସମ୍ପର୍କ ର ଦ୍ବାହି ଦେଇ

ରଖିଲ ବଞ୍ଚିବା ପାଇଁ।

ଏମିତି ବଞ୍ଚିବା ସାର

ସମ୍ପର୍କ ର ଛିଣ୍ଡେ ଡୋର।

ଆଜିର ଦୁନିଆ ଧାରେ

ସମ୍ପର୍କ ର ସତ୍ତା ସରେ।

ନାହିଁ ଏଠି ଆବିଳତା

ସମ୍ପର୍କ ର ଅପୂର୍ଣ୍ଣତା।

କପଟ, ମିଥ୍ୟା, ନିଷ୍ଠୁର

ସମ୍ପର୍କ ର ବ୍ୟାଭିଚାର।

ସମ୍ପର୍କ ଚାହେଁ ନା କିଏ

ହେଉ, ହେଉ ହୋଇଯାଏ।

ରହେ ଯାହା ଦୀର୍ଘଦିନ

ସେ ସମ୍ପର୍କ ପୁରାତନ।

ପୁରୁଣା ସମ୍ପର୍କ ପାଇଁ

ଏହି ମନ ଝୁରୁଥାଇ।

ହେଲେ ସେ ଲୁପ୍ତ ପ୍ରାୟ

କହିବାର ଅଭିପ୍ରାୟ।

ସମ୍ପର୍କ ବାହାନା ଏକ

ମିଛ କହିବାର ଶିଖ।

ଲୋକ ଦେଖାଣିଆ ପାଇଁ

ସମ୍ପର୍କ ଗଢିବା ନାହିଁ ।

ଆତ୍ମା, ପରମାତ୍ମା ରୂପ

ସମ୍ପର୍କ ର ନାହିଁ ମାପ।

**


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍