ସମ୍ମାନରୁ ସଂସ୍କାର
ସମ୍ମାନରୁ ସଂସ୍କାର
ଗୁରୁ ଗୁରୁଜନ ଦେବତା ସମାନ,
କରିବା ତାଙ୍କର ସମ୍ମାନ:
ଆଶୀର୍ବାଦ ପ୍ରାପ୍ତି ହେବା ସୁନିଶ୍ଚିତେ,
ବଢିବ ନିଜର ମାନ::
ଦୁଃଖ ଦିଏ ପୀଡା ସୁଖ ଦିଏ ଖୁସି,
ଜୀବନର ଦୁଇ ଦିଗ:
ଦୁଃଖରେ ଚାଲିଲେ ସୁଖ ଆସିଯାଏ,
ଦିଗ ବଦଳାଇ ଆଗ::
ଆଜି ଧନ ଅଛି କାଲି ଚାଲିଯିବ,
କରି ଦେଇଯିବ ଭିକାରୀ:
ଧନ ନୁଁହ ବଡ଼ ଆଜି ଦୁନିଆରେ,
ସମ୍ମାନର ହେବା ପୂଜାରୀ::
ନିଜର ମାଆ ନିଜର ସମ୍ମାନ,
ନିଜର ବି ଅଭିମାନ:
ଆତ୍ମଗର୍ବ ନୁଁହ ସମ୍ମାନର ଭାଷା,
ନଷ୍ଟ କରେ ସ୍ୱାଭିମାନ::
ପିତା ମାତା ଭକ୍ତି ମୁକ୍ତି ସାଥେ ଶାନ୍ତି,
ଗୁରୁ ପୂଜ୍ୟ ବନ୍ଦନୀୟ:
ପ୍ରଣାମ ଚରଣେ ସମ୍ମାନୀୟ ଗୁରୁ,
ଗୁରୁ ଅଟେ ମାନନୀୟ::
ବିଶ୍ୱ ବ୍ରହ୍ମାଣ୍ଡରେ ଗୋଟିଏ ଈଶ୍ୱର,
ସୃଷ୍ଟି ବଳିୟାନେ ସାହା:
ଦିନରାତି ହୁଏ କ୍ଷୁଦ୍ରକୁ ବୃହତ,
କରିଥାନ୍ତି ଦେଇ ରାହା::
ସମ୍ମାନରୁ ପୁଣ୍ୟ ସମ୍ମାନରୁ ଧର୍ମ,
ସମ୍ମାନରୁ ସମ୍ମାନୀୟ:
ଚଲା ପଥଟିକୁ କର କୁସୁମିତ,
ତୁମେ ପ୍ରଭୁ ଦୟମୟ::
ଆଜି ଦୁନିଆରେ ସମ୍ମାନ ପାଉଛି,
ଗର୍ବୀ ହିଂସ୍ର ଦୁଷ୍ଟନର:
ପୂଜା ପାଉଅଛି ଆସନେ ଆଦରି,
କରି ନିତ୍ୟ ଅତ୍ୟାଚାର::
ମହେଶ୍ୱର ସାହୁ
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
