STORYMIRROR

Writer Roja Panda

Others

5.0  

Writer Roja Panda

Others

ସମଲିଙ୍ଗୀ ଈର୍ଷାଳୁ

ସମଲିଙ୍ଗୀ ଈର୍ଷାଳୁ

2 mins
234



ହେ ଫୁଲ ଜାତି କାହିଁକି କରୁଛ ମତେ ଈର୍ଷା

ମୁଁ ପରା ତୁମ ଜାତିର , ତଥାପି କାହିଁକି କରୁଛ ମତେ ଈର୍ଷା

ମୁଁ ତ ଗୋଲାପ , ମହକିବା ମୋ ଧର୍ମ,

ଯେତେ ଫରୁଆରେ ଲୁଚାଇଲେ ବି ମୁଁ ମହକିବି

ଯେତେ କଦାକାର କରିଦେଲେ ବି ମୁଁ ସେମିତି ମହକୁଥିବି,

ପ୍ରଧାନ୍ୟବିହୀନ କରି ଅର୍ଥହୀନ ଆଖ୍ୟା ଦେଇଚାଲିଛ ମତେ,

ନିରର୍ଥକ ପରି ମଣିଚାଲିଛ ମତେ,

ତଥାପି ମୁଁ ମହକୁଛି , ମହକୁଥିବି ।

ତୁମେ ଥକିଯିବ ଦିନେ ମତେ ନିରର୍ଥକ ପ୍ରମାଣ କରିବାର ପ୍ରୟାସରେ

ରହିଯିବ ଚିରକାଳ ତୁମ ଚିନ୍ତାଧାରା ମିଥ୍ୟା,ଅର୍ଥହୀନ ଭୁଲ ଭାବନାରେ

ସେତେବେଳେ ବି ମୋର ବାସ୍ନା ବିଛୁରିତ ହେଉଥିବ ପ୍ରତି ଜନମାନସ ମନରେ ,

ମୁଁ ତ ଗୋଲାପ , ମହକିବା ମୋ ଧର୍ମ

ତୁମେ ଚାହଁ କି ନ ଚାହଁ, ମହକୁଥିବି ମୁଁ ସବୁ ସମୟରେ

ସେମିତି ଶ୍ରେଷ୍ଠ ହେଇ ରହିଥିବି ସବୁରି ହୃଦୟରେ

ଗନ୍ଧହୀନ କହି ଯେତେ ଡେଙ୍ଗୁରା ପିଟିଲେ ବି

ମୋର ବାସ୍ନା ସାମ୍ନାରେ ତମେ ହାରିଯାଉଛ ବାରମ୍ବାର,

ପୁଣି ପଡି ଉଠି କରିଚାଲିଛ ସେଇ ଅର୍ଥହୀନ ଈର୍ଷା ମତେ କରିବାକୁ ନସ୍ୱର

ତମେ ଥକିଯାଉନ କେବେ ? ଥରକୁଥର ,ବାରମ୍ବାର ଗୋଟିଏ କାମ କରି

ନିଜ ପାଖରେ ନିଜେ ହାରିଯାଉନ ମୋର ପତନର କାମନା କରି କରି

ପାରୁଛ ଯଦି ମତେ ଆପଣେଇ ନିଅ,

ମୋ ବାସ୍ନାରେ ନିଜକୁ ମହାକାଇ ଦିଅ,

ଅନ୍ୟର ଆଲୋକରେ ଆଲୋକିତ ହେଇ ଆଲୋକ ପ୍ରଦାନ କରୁଥିବା ଚନ୍ଦ୍ର ପରି ...

ମୁଁ ବି ଚାହିଁ ବସିଛି ତୁମକୁ ମହକାଇବା ପାଇଁ ,

ଗୋଟିଏ ବଗିଚାରେ ରହି ତୁମ ସହିତ ସାରା ବିଶ୍ୱକୁ ବାସ୍ନା ବାଣ୍ଟିବା ପାଇଁ ।

ଚନ୍ଦ୍ର ଯଦି ଈର୍ଷା କରିଥାନ୍ତା ତାରା ମାନଙ୍କୁ ସେତେବେଳେ

ଏ ବିଶ୍ୱ ଆଜି ଅନ୍ଧାରରେ ଥାଆନ୍ତା

ସୁଦୀର୍ଘ ବ୍ୟାପ୍ତ ଆକାଶ ଆଜି ଶୂନ୍ୟ ଥାଆନ୍ତା

ତେଣୁ ଏବେ ବନ୍ଦ କର.....

ବନ୍ଦ କର ତୁମର ମିଥ୍ୟା ପ୍ରୟାସ

"ସମଲିଙ୍ଗୀ ଈର୍ଷାଳୁ" ସ୍ଲୋଗାନ କୁ ବଦଳାଅ ହେ ଫୁଲ ଜାତି

ମତେ ଈର୍ଷା କରିବା ସମୟକୁ ବ୍ୟୟ କର

ନିଜ ଭିତରର ଲୁକ୍କାୟିତ ବାସ୍ନା ଖୋଜିବାରେ

ଦେଖିବ ତୁମେ ବି ଦିନେ ମୋ ପରି ମହକିବ ସାରା ଦୁନିଆ ଆଖିରେ

ମୋ ପରି ପ୍ରିୟ ହେବ ସବୁରି ହୃଦୟରେ ........


ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ-୭୫୩୦୧୦



Rate this content
Log in