The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

PRANATI MAHAPATRA

Others

3  

PRANATI MAHAPATRA

Others

ସମ୍ବଲପୁର ଜିଲ୍ଲା

ସମ୍ବଲପୁର ଜିଲ୍ଲା

1 min
98



ସମ୍ବଲପୁରର ମାଟି ଛୁଇଁ କରେ

କୋଟି କୋଟି ପ୍ରଣାମ,

ମା ସମଲେଶ୍ବରୀ ମଥାପାତି କରେ

ତୋର ପାଦେ କୋଟି ପ୍ରଣାମ।

ଘେନ ମା ମୋର ପ୍ରଣାମ।


ମହାନଦୀ କୂଳେ ଅବସ୍ଥିତ

ଆମ ସମ୍ବଲପୁର ଜିଲ୍ଲା

୬,୭୦୨ ବର୍ଗ କି.ମି. ଆୟତନ

ଶତକଡ଼ା୬୦ଭାଗ ଜଙ୍ଗଲ ଘେରା।


ସମ୍ବଲପୁରର ପୂର୍ବେ ଦେବଗଡ଼

ପଶ୍ଚିମେ ଝାରସୁଗୁଡ଼ା ବରଗଡ଼

ଉତ୍ତରରେ ଅଛି ପରା ସୁନ୍ଦରଗଡ

ଦକ୍ଷିଣରେ ସୋନପୁର ଆଉ ଅନୁଗୁଳ।


ଚତୁର୍ଥ ଶତାବ୍ଦୀରେ ସମୁଦ୍ର ଗୁପ୍ତ

ଉତ୍କଳ ରାଜାଙ୍କୁ କରି ପରାଜିତ

କଲେ ଅଧିକାର, ତା ମଧ୍ୟରୁ ଅଟେ

ଆମ ଏହି ଜିଲ୍ଲା ସମ୍ବଲପୁର ତ।



ସମ୍ବଲପୁର ଆକାରରେ 

ଥିଲା ବୃହତ ଜିଲ୍ଲା

ଶାସନ ସୁବିଧା ପାଇଁ 

ଚାରି ଜିଲ୍ଲାରେ ବିଭକ୍ତ ହେଲା।



ସମ୍ବଲପୁରର ସ୍ଵତନ୍ତ୍ର ସ୍ଥାନ ନେଇଛି

ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର,

ଗୁଣାତ୍ମକ ମାନ ରଙ୍ଗ ବୟନ ଶୈଳୀ

ହୋଇଛି ପୃଥିବୀ ବିଖ୍ୟାତ।



ଲୋକପ୍ରିୟ ଅଟେ ସମ୍ବଲପୁରୀ ନୃତ୍ୟ

ସ୍ଵର ବାଦ୍ୟ ଢଙ୍ଗ ପାଇଁ

ରଙ୍ଗବତୀ ଗୀତ ପଚାଶ ବର୍ଷ ହେଲା

ଜନପ୍ରିୟ ଅଛି ହୋଇ।



ସମ୍ବଲପୁରରେ ମା ସମଲେଶ୍ବରୀ

ଇଷ୍ଟଦେବୀ ସଭିଙ୍କର,

ଧବଳାମୁଖୀ ବେଶ କରିଲେ ଦର୍ଶନ 

ପାପ ଧୌତ ସଭିଙ୍କର।



ପୃଥିବୀର ଏକମାତ୍ର ବକ୍ର ମନ୍ଦିର

ଗୌରବ ସମ୍ବଲପୁର ର

ପୃଥିବୀ ପ୍ରସିଦ୍ଧ ପର୍ଯ୍ୟଟକ ଆକୃଷ୍ଟ

ହୁମାର ବକ୍ର ମନ୍ଦିର।



ଦର୍ଶନୀୟ ସ୍ଥାନ ମଧ୍ୟରେ ଅଛି

ହୀରାକୁଦ ନଦୀବନ୍ଧ,

ମହାନଦୀ ତଟେ ଅବସ୍ଥିତ ଏହା

ଓଡ଼ିଶାର ବଡ଼ ନଦୀବନ୍ଧ।



ବିଦ୍ୟୁତ ଶକ୍ତି ଜଳସେଚନ ବନ୍ୟା ନିୟନ୍ତ୍ରଣ

୧୯୫୭ରେ ହୋଇଥିଲା ବହୁମୁଖୀ ନଦୀବନ୍ଧ

୪,୮୨୧ ନିୟୁତ ଘନମିଟର ଅଟେ କ୍ଷମତା ତ

୨ଲକ୍ଷ୬୭ହଜାର ଜମି ହୁଅଇ ଜଳସେଚିତ।



ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂହ

କରିଥିଲେ ନିର୍ମାଣ ମନ୍ଦିର,

ବାବା ବିମଳେଶ୍ଵର ଦର୍ଶନ ସାଥେ କୁଡୋ ମାଛ

କେନ୍ଦ୍ରବିନ୍ଦୁ ଯେ ଆକର୍ଷଣ ର।



ଆସ ବନ୍ଧୁମାନେ ଆଜି ବୁଲିଯିବା

ଗୁଦଗୁଦା ଝରଣା କୁ

ରାସ୍ତାରେ ଦେଖିବା ଆମ୍ବ ଲିଚୁ ବଗିଚା

ନାନାଜାତି ପକ୍ଷୀ ଜଳପ୍ରପାତକୁ।



ସମ୍ବଲପୁରର ମନୋରମ ସ୍ଥାନ

ମା ଘଣ୍ଟେଶ୍ଵରୀ ପୀଠ,

ମନୋବାଞ୍ଛା ପୂର୍ଣ୍ଣ ପାଇଁ ଆସ

ବାନ୍ଧିବା ଗୋଟିଏ ଘଣ୍ଟ।



ଜଙ୍ଗଲ ଅଟେ ସମ୍ବଲପୁରର ଭାତହାଣ୍ଡି ଓ ଜୀବନ

ଗୃହୋପଯୋଗୀ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳଇ ଜାଣ

ହୀରା ବ୍ୟବସାୟ ପାଇଁ ଥିଲା ଏ ଜିଲ୍ଲା ପ୍ରଧାନ

କେନ୍ଦୁପତ୍ର ପାଇଁ ଓଡିଶା ଥିଲା ସବୁଜ ସ୍ଵର୍ଣ୍ଣ ସ୍ଥାନ।



ଖଣିଜ ସମ୍ପଦ ଆଲୁମିନିୟମ ପାଇଁ

ଗଢି ଉଠେ ଉଦ୍ୟୋଗ ମାନ

ବାନ୍ଧକଳା କାର୍ପାସ ତନ୍ତଶିଳ୍ପ ପାଇଁ

ସମ୍ବଲପୁର ପ୍ରସିଦ୍ଧ ପୁଣ।



ଶିକ୍ଷା କ୍ଷେତ୍ରରେ ଆଗୁଆ ଏ ଜିଲ୍ଲା

୭୬.୯୧ ସାକ୍ଷରତା ହାର,

୧୨ରୁ ଅଧିକ ମହାବିଦ୍ୟାଳୟ

ଅଛି ସମ୍ବଲପୁର ର।



ବୀର ସୁରେନ୍ଦ୍ର ସାଏ ଗଙ୍ଗାଧର

 ଭୀମଭୋଇ ସ୍ଵପ୍ନେଶ୍ଵର ଦାସ

ସତ୍ୟନାରାୟଣ ବହିଦାର ଗୋକୁଳାନନ୍ଦ

ଆଉ ସୁନୀଲ ମିଶ୍ର।



ବ୍ରଜମୋହନ ପଣ୍ଡା ଲକ୍ଷ୍ମୀ ନାରାୟଣ ମିଶ୍ର

ଏ ମାଟିର ସୁଯୋଗ୍ୟ ସୂତ,

ବିଶ୍ଵପ୍ରସିଦ୍ଧ ଶୀତଳଷଷ୍ଠୀ ରେ

ବନ୍ଧୁମାନେ ବୁଲି ଆସିବ ତ।


Rate this content
Log in