STORYMIRROR

Sunanda Mohanty

Others

3  

Sunanda Mohanty

Others

ସକାଳ

ସକାଳ

1 min
171

ସକାଳଟା ଲାଗୁଥିଲା ସୁନେଲୀ

ଅଳ୍ପ ଖରା ଅଳ୍ପ ଛାଇ ରଙ୍ଗୋଲି

 ସୂର୍ଯ୍ୟମୁଖି ହସେ ଖାଲି ଖିଲିଖିଲି

ପଞ୍ଚମୁଖୀ ମୁରୁଜର ବର୍ଣ୍ଣ ଚହଲି

ଫୁଲମାନେ ଫୁଟି ଲାଗେ ଜୁବୁଲି

ଧରଣୀରାଣୀ ମୁଣ୍ଡାଇ ତା ଗଣ୍ଠିଲି

 ସ୍ୱର ତୋଳେ କୁହୁ କୁହୁ କୋଇଲି

ସକାଳଟା ପିଇଥାଏ ଅବା ମହୁଲି

ଚାଷ ଆଉ ଚାଷୀ ସାଥେ ଧରା ଚହଲି

ନଈ ସମୁଦ୍ର ବିଲବନ ଉଠୁଥାଏ ଫୁଲି

ସକାଳ ଏକ ସଂଗୀତ ଗାଏ ମୁଁ ମନଖୋଲି

ସୃଷ୍ଟି ଲାଗେ ରସକେଳି ସକାଳ ମଖମଲ୍ଲି

ସକାଳ ସୁରୁଜ ବୁଣି ମୁରୁଜ ନାଲି ନାଲି

ଧରଣୀ ମାଆ ବୁକୁରେ ବାଲି ସାଜେ ଚଗଲି

ସବୁଦିନ ସକାଳ ପୂର୍ଣ୍ଣବ୍ରହ୍ମ କଳସୀରେ 

ଯାଏ ଦୋହଲି ଓ ଚହଲି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍