ସକାଳ
ସକାଳ
1 min
157
ସକାଳଟା ଲାଗୁଥିଲା ସୁନେଲୀ
ଅଳ୍ପ ଖରା ଅଳ୍ପ ଛାଇ ରଙ୍ଗୋଲି
ସୂର୍ଯ୍ୟମୁଖି ହସେ ଖାଲି ଖିଲିଖିଲି
ପଞ୍ଚମୁଖୀ ମୁରୁଜର ବର୍ଣ୍ଣ ଚହଲି
ଫୁଲମାନେ ଫୁଟି ଲାଗେ ଜୁବୁଲି
ଧରଣୀରାଣୀ ମୁଣ୍ଡାଇ ତା ଗଣ୍ଠିଲି
ସ୍ୱର ତୋଳେ କୁହୁ କୁହୁ କୋଇଲି
ସକାଳଟା ପିଇଥାଏ ଅବା ମହୁଲି
ଚାଷ ଆଉ ଚାଷୀ ସାଥେ ଧରା ଚହଲି
ନଈ ସମୁଦ୍ର ବିଲବନ ଉଠୁଥାଏ ଫୁଲି
ସକାଳ ଏକ ସଂଗୀତ ଗାଏ ମୁଁ ମନଖୋଲି
ସୃଷ୍ଟି ଲାଗେ ରସକେଳି ସକାଳ ମଖମଲ୍ଲି
ସକାଳ ସୁରୁଜ ବୁଣି ମୁରୁଜ ନାଲି ନାଲି
ଧରଣୀ ମାଆ ବୁକୁରେ ବାଲି ସାଜେ ଚଗଲି
ସବୁଦିନ ସକାଳ ପୂର୍ଣ୍ଣବ୍ରହ୍ମ କଳସୀରେ
ଯାଏ ଦୋହଲି ଓ ଚହଲି
