STORYMIRROR

Minakshi Samal

Others

3  

Minakshi Samal

Others

ସିନ୍ଦୂର

ସିନ୍ଦୂର

1 min
806



ଲାଲ ରଙ୍ଗର କିଛି ଚୁର୍ଣ୍ଣ

ବାସ ତାର ନିବୁଜ ଏକ ଫରୁଆ ମଧ୍ୟରେ

ପ୍ରାତଃ ସ୍ନାନ ପରେ ଫରୁଆ ରୁ

ଗତିଶୀଳ ହୋଇ ଶୋଭା ପାଏ

ଅହ୍ୟ ରାଣୀର ସୀମନ୍ତରେ।

ଲାଲ ରଙ୍ଗର ଚୁର୍ଣ୍ଣ ସିଏ

କେଜାଣି କିଏ ତା'ର ଉଦ୍ଭାବନ କାରୀ

କେ ଅଟନ୍ତି ତା'ର ଆବିଷ୍କାରକ

ସଧବା ମାନଙ୍କର କପାଳର

ସାଙ୍କେତିକ ବିନ୍ଦୁଟିଏ

ନୁହେଁ ଏହା ବିନ୍ଦୁଟିଏ ମାତ୍ର

ବିନ୍ଦୁ ମଧ୍ୟରେ ଲୁକ୍କାୟିତ ଏକ ନାରୀର

ଶୁଦ୍ଧପୂତ ପତିବ୍ରତା ପଣର ପରିଚାୟକ

କିଛି ଲାଲ ରଙ୍ଗର ଚୁର୍ଣ୍ଣ ସିଏ।


ଲାଲ ରଙ୍ଗର ସେହି ଚୁର୍ଣ୍ଣ

ଅହ୍ୟ ସିମନ୍ତିନୀର ଅଟେ ଗାରିମା

ଲାଲ ରଙ୍ଗର ବିନ୍ଦୁଟି ନାରୀଟିର

ସୁରକ୍ଷା କବଚ ସାଜି ବଞ୍ଚାଇଥାଏ

ତାକୁ କିଛି ଲୋଲୁପ ଦୃଷ୍ଟିରୁ

ପତିର ଦୀର୍ଘଜୀବନର କାମନା କରି

ନାରୀଟି ଧାରଣ କରେ

ଲାଲ ରଙ୍ଗର ସେଇ ଚୁର୍ଣ୍ଣ

ନିଜ ସୀମନ୍ତରେ।


ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ

ଦୀର୍ଘାୟୁ କାମନା କରି

ହନୁମାନ ଲେପିଥିଲେ ଏଇ

ଲାଲ ରଙ୍ଗର ଚୂର୍ଣ୍ଣକୁ ନିଜର

ସାରା ଶରୀରରେ

ଆଉ ଖ୍ୟାତ ହୋଇଥିଲେ

ବଜରଙ୍ଗବାଲୀ ନାମରେ।


ଅହ୍ୟ ସିମନ୍ତିନୀର ଚିନ୍ହ

ଏଇ ଲାଲ ରଙ୍ଗର ଚୁର୍ଣ୍ଣକୁ

ନିଜ କପାଳରେ ନାଇ,

ସିନ୍ଥୀରେ ଲମ୍ବା ରେଖା ଟିଏ ଟାଣି

ନାରୀଟି ଯେତେବେଳେ ଅହ୍ୟ ଡେଙ୍ଗୁରା

ବଜାଇ ବଜାଇ ଗାଁ ଦାଣ୍ଡରେ ଚାଲିଯାଏ

ଅନ୍ୟ ନାରୀମାନେ ଧାଇଁଯାଇ

ତାର ପାଦଛୁଇଁ କାମନା କରନ୍ତି

ତା'ପରି ଭାଗ୍ୟବତୀ ହେବାକୁ,

ତା'ପରି ଅହ୍ୟ ସୁଲକ୍ଷଣୀ ହେବାକୁ,

ସେଇ ଲାଲ ରଙ୍ଗର ଚୁର୍ଣ୍ଣ ଟିକକ

କେତେ ମୂଲ୍ୟବାନ ସତରେ !


***ମିନାକ୍ଷୀ ସାମଲ***

Prayrana Abasan,1/A,1st floor, Purbapara,Kestopur,Kolkata-102 .

Mb No-7980250037

minusamal1969@gmail.com





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍