STORYMIRROR

Prakash Sahoo

Others

3  

Prakash Sahoo

Others

ସିନ୍ଦୁର ଏବଂ ସର୍ତ୍ତ

ସିନ୍ଦୁର ଏବଂ ସର୍ତ୍ତ

2 mins
13.5K


ସିନ୍ଦୂର ଏବଂ ସର୍ତ୍ତ

ସିନ୍ଦୂର କାହାକୁ କରିଦିଏ ଅତି ନିଜର ,

ଆଉ କାହାକୁ କରେ ପର ,

କାହାକୁ ସଜେଇ ଦିଏ ସ୍ୱାର୍ଥପର ,

ଆଉ କାହା ପାଇଁ ସିନ୍ଦୂର ସାଜେ,

ଦୁଃଖ ର ଘର ସିନ୍ଦୂର ସଧବା ନାରୀ ର ,

କପାଳେ ଦିଶେ ଭାରି ସୁନ୍ଦର,

ଆବଦ୍ଧ ଆଉ ସୀମିତ କରେ,

ଗୋଟେ କୁଆରୀ ଝିଅ ର ମନ।

କିନ୍ତୁ ଆଜି ମୋ ପାଇଁ ସେହି ଟୋପାଏ,

 ସିନ୍ଦୂର ତା ଠାରୁ ମୋତେ ସବୁ ଦିନ ,

ପାଇଁ ଅଲଗା କରିଦେଇଛି ହଁ ସବୁଦିନ,

 ପାଇଁ ଆମ ଭିତରେ ଟାଣିଦେଇଛି।

ଲକ୍ଷ୍ମଣ ଗାର ଯେ ଦିନେ ସର୍ତ୍ତ

ରଖିଥିଲା'ତୁମେ ମୁଁ ଥିବା

ଯାଏ ମୋ ସାଥିରେ ରୁହ

ଆଉ ମୁଁ ଯିବାପରେ ତୁମେ

ଯଦିବା ଯିବା କୁ ଚାହଁ ଯାଇପାର'

କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିଲା

 ଏହି କେତେକ ଶବ୍ଦ ର ଅର୍ଥ କୁ

ହୃଦୟଙ୍ଗମ କରିବାରେ,ଆଜି ବି

ମୁଁ ଠିକ ତାରି ସର୍ତ୍ତ ରେ ଅଟଳ

ରହିଛି କିନ୍ତୁ ସେ ଓହରିଯାଇଛି

ତାର ସର୍ତ୍ତ ରୁ ତା ମଥା ର ଟୋପାଏ,

 ସିନ୍ଦୂର ଆଉ ହାତ ର ଦୁଇ ପଟ କାଚ,

ମୋତେ ତାକୁ ଆଜି ତା ଠାରୁ,

ଦୁରେଇ ରହିବାକୁ ଏହି ସଭ୍ୟ ସମାଜ

ବାଧ୍ୟ କରୁଛି ।ଏହି ଟୋପୋଏ ସିନ୍ଦୂର

ର ମହତ୍ୱ କଣ ଏତେ ବେଶି ମାତ୍ର

କେଇଟା ମୁହୂର୍ତ ରେ ଦୀର୍ଘ ଦିନର ସମ୍ପର୍କକୁ

ଭାଙ୍ଗିପାରେ ଆଉ ଅଚିହ୍ନା ଅଜଣା

ଲୋକକୁ ଅତି ନିଜର କରିଦିଏ।

ହଁ ବିବାହ ବେଦୀ କୁ ଯିବା ପୂର୍ବରୁ ,

ମୋତେ ପୁଣି ଥରେ ଗୋଟେ ସର୍ତ୍ତରେ

ବି ବାନ୍ଧି ଦେଇଛି କେଇଟା ଶବ୍ଦରେ,

"ମୁଁ ଯାଉଛି ତୁମକୁ ଛାଡି ନୁହଁ

ଆତ୍ମୀୟ ଙ୍କୁ ଛାଡି,ଏ ସିନ୍ଦୂର ପାଇଁ

ନୁହଁ କିଛି ଦିନ ଦୁଃଖ ରେ ରହି

ସବୁଦିନ ପାଇଁ ଖୁସି ର ଦୁନିଆ କୁ

ଚାଲିଯିବା ପାଇଁ"ମୁଁ ପୁଣି ଥରେ

ବି ବୁଝିବାରେ ବିଳମ୍ବ କରିଛି।

ଶେଷ ରେ ବାହା ବେଦୀ ଉପରେ

ମଥା ରେ ସିନ୍ଦୂର ଲାଗିବା ପୂର୍ବ ରୁ

ଟଳି ପଡିଛି ସେ ଆଉ ସବୁ ଦିନ ପାଇଁ,

 ତା ଖୁସି ର ଦୁନିଆ କୁ ଚାଲିଯାଇଛି।

ତାର ସର୍ତ୍ତ କୁ ସେ ଏଥର ପୁରା କରିଛି।

ଆଉ ମୁଁ ବି ଆଜିଯାଏ ତାରି ସର୍ତ୍ତ ରେ ,

ଅଟଳ ରହିଛି ।ସେ କହିଥିଲା ସେ ଥିବାଯାଏ

ତା ସାଥେ ରହିବାକୁ କିନ୍ତୁ ସେ

ଚାଲିଯିବା ପରେ ବି ମୁଁ ତା ସାଥେ

ରହିଛି ତାର ସେହି କିଛି ପୁରୁଣା

ସ୍ମୃତି କୁ ଜାବୁଡି ଧରି ଆଉ ତା ସର୍ତ୍ତ ରେ

ଆବଦ୍ଧ ହୋଇ ଆଉ ପାଖରେ

ବନ୍ଦ ସିନ୍ଦୂର ଫରୁଆ ଟେ ବି ଅଛି।

ଆଶା ଅଛି ପୁଣି ଥରେ ଆର ଜନ୍ମ ରେ

ତାରି ସେହି ସର୍ତ୍ତ ରେ ଫେରିଯିବାକୁ......

ପ୍ରକାଶ ସାହୁ


Rate this content
Log in