ଶୂନ୍ୟତାର ସାନ୍ଦ୍ରତା
ଶୂନ୍ୟତାର ସାନ୍ଦ୍ରତା
1 min
425
ସଜୀବ ଜୀବନର
ନିର୍ଜୀବ ପଣ
ଅସ୍ଥିତ୍ୱ ସଂଗେ ଆକୃତିର ହୁଏ ହରଣ
ଘନତ୍ୱଠୁ ଅସ୍ଥିତ୍ୱ ବେଶୀ
ଜୀବନର ଏ କି ସମପର୍ଣ !
ଜୀବନ ଜହ୍ନରେ ମାପେ ମୁଁ ସାନ୍ଦ୍ରତା
ଆୟତନ ସହ ଓଜନର କରି ହରଣ
କ୍ରମଶଃ ଦେଖେ ଦାଗର ଚିହ୍ନ
ପରେ, ଜଣାପଡେ
ଏହା ବିନା ସେ ନିର୍ବିକାର ଏବଂ ଅକ୍ଷୁର୍ଣ୍ଣ
ଜୀବନ ବୃତ୍ତରେ
ବ୍ୟାସାର୍ଦ୍ଧ ଆୟୁ
ବ୍ୟାସ ହେଲେ ସମ୍ପୂର୍ଣ
ହଜିଯାଇ ଆତ୍ମା ପରମାତ୍ମେ ହୁଏ ଲୀନ
ଏହା ହିଁ ତ ଜୀବନ !
ଯାହା ଶୂନ୍ୟତାରେ ପୂର୍ଣ୍ଣ
ଶୂନ୍ୟତା ରେ ସାନ୍ଦ୍ରତା ଖୋଜିବା କ'ଣ
ତୁଚ୍ଛ ହେବ ସବୁ ମାନ ଅଭିମାନ ।।
