STORYMIRROR

Santosh Pattnayak

Others

2  

Santosh Pattnayak

Others

ଶୁଣଲୋ ସବୁ ଶିକ୍ଷିତା

ଶୁଣଲୋ ସବୁ ଶିକ୍ଷିତା

1 min
60

ଘର ଓଳେଇଲି ଏପଟ ସେପଟ 

     ଛାଞ୍ଚୁଣି ବାଜିନି କଣେ

ଘଇତାର ନାହିଁ ରୋଜଗାର ଏବେ

    ଘରେ ଖାଇବାକୁ ପଣେ 

   କାଳିଆ ଏକା ତ' ଜଣେ 

ରଞ୍ଜ ଘର ବୁଡ଼ୁ ଅବା ଭଞ୍ଜ ଘର

   ଖଞ୍ଜା ତା'ପାଇଁ ମହଣେ... ୦


ପାଣି ଆଣୁଥିଲି ଗରିଆ କାଖରେ 

     ଝୁଣ୍ଟିଲି ଏରୁଣ୍ଡି ବନ୍ଧ

ଥୋବରି ନଣନ୍ଦ ଦେଖେଇ କହୁଚି 

     ଭାଉଜ ଆମର ଅନ୍ଧ 

    ରଖହେ ଦୀନ ବାନ୍ଧବ

 ଗାଳି ଦେଲି ବୋଲି ଦାଉକି ସାଧୁଚ

   ମୁଉଁ ତ' ମୁରୁଖ ନୋକ ... ୧

     

ଚୂଲି ଲିପୁଥିଲି ଗୋବର ଲୁଣ୍ଡାରେ 

    ଏବେ ତ' ଆସିଚି ଗ୍ୟାସ

ଉଜ୍ବଳାରେ ମୋର ନାଆଁ ନାଇଁ ବୋଲି 

     ଗାଆଁ ମାଇପଙ୍କ ହସ

ସାନ୍ତିଆ ଦେଖିକି ଦାନ୍ତିଆ ସାଜିଲେ 

   ଉଝାଳି ଦେବି ମୁଁ 'ବଂଶ ... ୨


କଂସା ମାଜୁଥିଲି ହାତରୁ ଖସିଲା 

   ଶାଶୁ ତ' ହୋଇଲେ ଖପା

ଦେଖେଇ ଶିଖେଇ ଗଞ୍ଜଣା ଦିଅନ୍ତି

  ଦୋଷୀ କାଳେ ମୋର ବୋପା

   ବରଷାକୁ ଲୋଡ଼ା ଛତା 

ଦେଶର ହିତରେ ସ୍ବଦେଶୀ ଦରବ

    ଶୁଣଲୋ ସବୁ ଶିକ୍ଷିତା ...୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍