STORYMIRROR

Minakshi Samal

Others

3  

Minakshi Samal

Others

ଶୁଣିଛ କି

ଶୁଣିଛ କି

1 min
372




ଗଭୀର ନିସ୍ତବ୍ଧ ରାତ୍ରୀରେ

ଶୂନ୍ୟ ଆକାଶର ଦିଗ୍ ବଳୟ ଚିରି

ଆସନ୍ନ ବିପଦର ଅସ୍ପଷ୍ଟ ସ୍ବର

କର୍ଣ୍ଣ ପାର୍ଶ୍ବେ ଚୁପିଚୁପି ଗୁଞ୍ଜରିତ

ହେବା ଶୁଣିଛ କି???

ଦକ୍ଷିଣ ନେତ୍ରର ଉଦ୍ଦାମତା

ଓ ନିରନ୍ତର ଚେତାବନୀ.............

ହୋସିଆର.... ସାବଧାନ ......

ସଶସ୍ତ୍ର ସେନାନୀ ସାଥେ

ଅଜଣା କୋକୁଆ ଭୟର ଶୀତଳ ସ୍ପର୍ଶ

କେବେ ଅଙ୍ଗେ ନିଭେଇଛ କି???

ସମଗ୍ର ଜନ ମାନସ ଖୁସିରେ

ମସଗୁଲ୍ ଥିବାବେଳେ

ଅନ୍ଧକାର କୋଠରୀରେ

ଏକାନ୍ତରେ ବସି ଦୁର୍ବିସହ ହେଉଥିବା

କରାଳ କାଳିମାମୟ ନୀରବତାର

ଭୟାବହ ସୂଚନାର

ମୃଦୁ କରାଘାତ

ନିଜ ପ୍ରକୋଷ୍ଠରେ ଅନୁଭବ କରିଛ କି???

ଦୁଃଖ ଅବଶ୍ୟମ୍ଭାବୀ ......

ଜୀବନ ଯନ୍ତ୍ରଣା ଏକ ଚିରନ୍ତନ ସତ୍ୟ.......

ଅଦମ୍ୟ ସାହସ ଓ

ଅଫୁରନ୍ତ ଈଶ୍ବରବିଶ୍ବାସ ର

ନୌକାଟି ସନ୍ତର୍ପଣରେ

ଅଗ୍ରସର ହୋଇ

ବିକଟାଳ ତୋଫାନର

ଅବିଶ୍ରାନ୍ତ ଗତିରେ ଧାବମାନ ହୃତ୍ ସ୍ପନ୍ଦନ କୁ

ହେୟଜ୍ଞାନ କରି ନିର୍ଭୟ ରେ

ପହଞ୍ଚି ଯାଏ କୂଳରେ

ଆଉ ଆଖି ଖୋଲି ଦେଖିଲା ବେଳକୁ

ଦୁଃଖ ର ଅମା ରାତି

କାହିଁ କେତେ ବେଳୁ ଅପସାରିତ !!!


ମିନାକ୍ଷୀ ସାମଲ





Rate this content
Log in