ଶୁଖିଲା ପତ୍ର
ଶୁଖିଲା ପତ୍ର
1 min
244
ଆମଘର ଆଗରେ ବଡ଼ ବରଗଛ
ସବୁଠୁ ନିଆରା ଫଳ ପତ୍ର ଆଶ୍ରୟସ୍ଥଳ
ଫଳଗୁଡା ଖାଇ ରହିଛନ୍ତି କେତେ ଯେ ବାଦୁଡ଼ି
ଅନେକ ପକ୍ଷୀ ଭିତରେ ହଳଦୀବସନ୍ତ
ପତ୍ରଗୁଡା ପାଚି ବର୍ଣ୍ଣ ସବୁଠୁ ଅଲଗା
ମିଶିଯାଏ ହଳଦୀବସନ୍ତ ରଙ୍ଗ ସହ
ଝଡିପଡୁଥାଏ ତ ଲାଗୁଥାଏ
ହଳଦୀବସନ୍ତ ଉଡ଼ିଯାଏ
ଭ୍ରମରୁ ବ୍ରହ୍ମ ପାଇଯାଏ
ଶୁଭ ମାନସୀ ସନ୍ତୁଳିତ ହେଲାବେଳେ
ଶୁଖିଲାପତ୍ର ଭୟ ଥାଏ
ସତରେ ମୁଁ ଭାବେ ଶୁଖିଯାଇ ପତ୍ର ପରାଏ
ଝଡ଼ିଗଲା ପରେ ସମେସ୍ତେ କହନ୍ତୁ
ହଳଦୀବସନ୍ତଟିଏ ଥିଲା ଇଏ
ହଳଦୀ ଦେହରେ ମାଖି ମୁଁ ଏହା ଭାବୁଥାଏ l
