STORYMIRROR

Sunanda Mohanty

Others

3  

Sunanda Mohanty

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
253

ଆମଘର ଆଗରେ ବଡ଼ ବରଗଛ 

ସବୁଠୁ ନିଆରା ଫଳ ପତ୍ର ଆଶ୍ରୟସ୍ଥଳ 

ଫଳଗୁଡା ଖାଇ ରହିଛନ୍ତି କେତେ ଯେ ବାଦୁଡ଼ି 

ଅନେକ ପକ୍ଷୀ ଭିତରେ ହଳଦୀବସନ୍ତ 

ପତ୍ରଗୁଡା ପାଚି ବର୍ଣ୍ଣ ସବୁଠୁ ଅଲଗା 

ମିଶିଯାଏ ହଳଦୀବସନ୍ତ ରଙ୍ଗ ସହ 

ଝଡିପଡୁଥାଏ ତ ଲାଗୁଥାଏ 

ହଳଦୀବସନ୍ତ ଉଡ଼ିଯାଏ 

ଭ୍ରମରୁ ବ୍ରହ୍ମ ପାଇଯାଏ 

ଶୁଭ ମାନସୀ ସନ୍ତୁଳିତ ହେଲାବେଳେ 

ଶୁଖିଲାପତ୍ର ଭୟ ଥାଏ 

ସତରେ ମୁଁ ଭାବେ ଶୁଖିଯାଇ ପତ୍ର ପରାଏ 

ଝଡ଼ିଗଲା ପରେ ସମେସ୍ତେ କହନ୍ତୁ 

ହଳଦୀବସନ୍ତଟିଏ ଥିଲା ଇଏ 

ହଳଦୀ ଦେହରେ ମାଖି ମୁଁ ଏହା ଭାବୁଥାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍