STORYMIRROR

Prasanna Kumar Das

Others

4  

Prasanna Kumar Das

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
262

ଶୁଖିଲା ପତ୍ର ମୁଁ ରସ ବାସହୀନ,

କିଏ ଅବା କିଆଁ ଦେବ ଆଦର।

ପଲ୍ଲବିତ ହୋଇ ବୃକ୍ଷ ସଂଗେ ରହି

ଦେଖିଛି ଗ୍ରୀଷମ ବର୍ଷା କାକର।।


ଖଣିଜ ସହିତ ଜଳ ଶ୍ୱେତସାର ,

ଟାଣୁଥାଏ ଗଛ ମାଟି ଭିତରୁ ।

ବହି ଆସେ ମୋର ଶିରା ପ୍ରଶିରାରେ

ରାନ୍ଧେ ନେଇ ତାପ ସୂର୍ଯ୍ୟ ରଶ୍ମିରୁ ।।


ଗଛର ପାଇଁ ମୁଁ ରୋଷେଇର ଘର,

ସବୁଜିମା ଦେଇ ଶୋଭା ବଢାଏ।

ପ୍ରଣୀମାନଙ୍କର ଉତ୍ତମ ଆହାର

ନାନା ରୋଗ ଉପଶମ କରାଏ।।


ଦୂଷିତ ଅଂଗାର-କାମ୍ଳ ବାୟୁ ଶୋଷି,

ଅମ୍ଳଜାନ ପ୍ରାଣୀ ଜଗତେ ଦେଇ।

ପଲ୍ଲବିତ କାଳୁ ପତ୍ରଝଡ଼ା ଯାଏଁ,

ବଞ୍ଚିଥିଲି ସଂସାର ସେବା ପାଇଁ।।


ଗ୍ରୀଷ୍ମ ଶୀତ କାଳ ପୁରିଲେ ମୋ କାଳ,

ଗଛରୁ ଶୁଖିଲା ପତ୍ର ଝଡଇ ।

ମାଟି କୋଳେ ମିଶି ଉର୍ବରକ ହୁଏ,

ପୁଣି କେଉଁ ତରୁଲତାର ପାଇଁ ।।

        ******


Rate this content
Log in